ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ମୋହନା (ଓ୍ବାଇଏନଏସ):ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ନେଇ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରାଯାଇଛି। ବ୍ଲକ ର ନଅ ଗୋଟି ମହିଳା ଗ୍ରୁପ ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ବନାଇବା ସହ ପରିବେଷଣ କରିଥିଲେ। ପ୍ରତିଯୋଗୀତା ରେ ଭାଗ ନେଇଥିବା ମହିଳା ମାନେ କିପରି ସ୍ୱଚ୍ଛତା ରହି ଖାଦ୍ୟ ପରିବେଷଣ କରିବେ ସେଥିପାଇଁ ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକ ମଧୁସ୍ମିତା ପ୍ରଧାନ ଙ୍କୁ ନିଯୁକ୍ତି କରାଯାଇଥିଲା।  ମୋହନା ବିଡ଼ିଓ ରାଜୀବ ଦାସ, ଅତିରିକ୍ତ ବିଡ଼ିଓ ରମାକାନ୍ତ ଚୌଧୁରୀ,ସିଡିପିଓ ସବିତା ପଟ୍ଟନାୟକ, ମିଶନ ଶକ୍ତି, ଜୀବିକା ମିଶନ ର କର୍ମଚାରୀ ମାନେ  ନଅ ଟି ମହିଳା ଗ୍ରୁପ  ବନାଇଥିବା ଖାଦ୍ୟ କୁ ପରଖିଥିଲେ। ସେଥି ମଧ୍ୟରୁ କେଶରା ଗ୍ରୁପ ପ୍ରଥମ ହୋଇଥିବା ବେଳେ ମୋହନା ଗ୍ରୁପ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଗ୍ରୁପ କୁ 5 ହଜାର ଟଙ୍କା ଓ ଦ୍ୱିତୀୟ ସ୍ଥାନ କୁ 3 ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଉକ୍ତ ଦୁଇଟି ଗ୍ରୁପ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ l ଅଂଶଗ୍ରହଣ କରିଥିବା ଅନ୍ୟ ସମସ୍ତ ଗ୍ରୁପ କୁ ମାନପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ