ଚମ୍ପକ ଦ୍ଵାଦଶୀ ରେ ଦେବ ଦମ୍ପତ୍ତିଙ୍କ ଗୁଆଲିଯାତ୍ରା
ସନ୍ତୋଷ କୁମାର ଦାଶ
ଆଜି ପବିତ୍ର ଚମ୍ପକ ଦ୍ଵାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ପରେ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରା ଯାଇଥିଲା । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା’ ଶ୍ରୀଦେବୀ (ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରିଥିଲେ। ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରା ଯିବାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ମନ୍ଦିର ଭିତରେ ବିଜେ କରାଯିବା ସହିତ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କି ରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ ଙ୍କୁ (ରୁକ୍ମିଣୀ)ବିଜେ କରାଯିବା ପରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରରେ ଖଟକୁ ବିଜେ କରା ଯାଇଥିଲା । ସେଠାରେ ମହାସୁଆର ଙ୍କ ଦ୍ୱାରା ପ୍ରସ୍ତୁତ ପିଠା କୁ ପଞ୍ଚୋପଚାର ରେ ପୂଜା ଓ ମଣୋହି କରାଯାଇଥିଲା । ଗଜପତିଙ୍କ ପରିବାର ର ନାରୀ ଶ୍ରୀନଅରରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିବା ପରେ ବରକନ୍ୟା ସେବକଙ୍କ ଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରି ଥିଲେ।ଦେବା ଦେବୀ ଙ୍କ ଶୋଭାଯାତ୍ରା ଦେଉଳରୁ ବାହାରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସାହି ଦେଇ ଶ୍ରୀ ଜମ୍ବେଶ୍ଵରଙ୍କ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ମଧ୍ୟ ହୋଇଥିଲା । ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀ କପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀ ମନ୍ଦିର କୁ ବାହୁଡା ବିଜେ କରିଥିଲେ। ଶେଷ ହୋଇଥିଲା ଦେବ ଦମ୍ପତ୍ତି ଙ୍କ ବିବାହ ଶୋଭାଯାତ୍ରା। ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।