ଜିଲା ଭଣ୍ଡାରି ସମାଜର ପ୍ରତିଭା ସମ୍ମାନ ସମାରୋହ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲା ଭଣ୍ଡାରି ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ ସଭାପତି ବିଶ୍ଵନାଥ ଵେଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଅବସରପ୍ରାପ୍ତ ଇଂଜିନିୟର ପ୍ରତାପ ଚନ୍ଦ୍ର ବାରିକ, ସମ୍ମାନୀୟ ଅତିଥି କୁମାର ଗୌତମ ବାରିକ ବଣେଇଗଡ଼ର ସଭାପତି ସଭାରେ ଯୋଗ ଦେଇ ଖୁସି ବ୍ୟକ୍ତ କରିବା ସହିତ ସାଂଗଠନିକଦିର ଦର୍ଶନ ଦେଇଥିଲେ। ମଞ୍ଜାସୀନ ଶ୍ରୀ ଶରତ ଚନ୍ଦ୍ର ବାରିକ ସରକାରଙ୍କ ଲୋକାଭିମୁଖି ଯୋଜନାର ଲାଭ ନେବାପାଇଁ ଆଗକୁ ଆସିବାକୁ ପରାମର୍ଶ ଦେଇଥିଲେ।ଉପ-ସଭାପତି ନିହାର ରଞ୍ଜନ ଦାସ. ସମ୍ପାଦୁକାଙ୍ଗାଳିଚରଣ ବାରିକ,ସହ ସଂପାଦକ ପ୍ରସନୁ କୁମାର ବାରିକ,ଅକ୍ଷୟ କୁମାର ବାରିକ, ମୁଖ୍ୟବକ୍ତା କୈଳାଶ ଚନ୍ଦ୍ରବାରିକଙ୍କ ସହିତ ଏହି ପ୍ରତିଭା ସମ୍ମାନ ସମାରୋହକୁ ପ୍ରଂଶସା କରିବା ସହିତ ଆଗାମୀ ଦିନରେ ଲୋକାଭିମୁଖି କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ବ୍ଲକ୍ ସ୍ତରରୁ ଆସିଥିବା ଦାଶରଥି ବେଜ, ବନମାଳୀ ବେଜ, ବାବାଜୀ ବାରିକ । ବଦ୍ରିନାରାୟଣ ବାରିକ,ଆଡ଼ଭୋକେଟ୍ ଚିନ୍ମୟ ବାରିକ, ନିରଞ୍ଜନ ବେଜ୍ ଅନ୍ୟାନ୍ୟ ବହୁ ବ୍ୟକ୍ତି ପ୍ରଂଶସା କରିବା ସହିତ ସହଯୋଗ କରିବାପାଇଁ ମତ ପ୍ରଦାନ କରିଥିଲେ, ସଭାପତିଙ୍କ ଅନୁରୋଧରେ ପାର୍ଥ ସାରଥି ବେଜ୍ ମଞ୍ଚ ପରିଚାଳନା କରିଥିଲେ।ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଵଳନ ସହ ସ୍ଵାଗତ ସଂଙ୍ଗୀତ ଗାନ କରିଥିଲେ। ହରେକୃଷ୍ଣ ବେଜ ନିଜେ ରଚନା ଓ ଗାଇଥିବା ଜାତିର ଜାତୀୟ ସଂଙ୍ଗୀତକୁ ପରିବେଷଣ କରାଯାଇଥିଲା। ସମସ୍ତେ ନୀରବ ରହି ସଂଙ୍ଗୀତକୁ ସମ୍ମାନ ଜଣାଇଥିଲେ।ଏହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ସଭାକୁ ସାଫଲ୍ୟ ମଣ୍ଡିତ କରିବାରେ ବାଦଲ ବାରିକ( କୋଷାଧ୍ୟକ୍ଷ) ,ଧିରେନ୍ ବେଜ,ଯଯାତିକେଶରୀ ବେଜ୍, ସୁରେଶ ଚନ୍ଦ୍ର ବାରିକ, ସଞ୍ଜିପ୍ କୁମାର ବାରିକ,ନରୋତ୍ତମ ବାରିକ,ଚିତ୍ତ ବାରିକ, ଲଷ୍ମୀ ବାରିକ ସହଯୋଗ କରିଥିଲେ। ଚଳିତବର୍ଷ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀ ପଲ୍ଲବି ବେଜ ,ପ୍ରତ୍ୟୁଷ ବେଜ,ପ୍ରିତିପ୍ରଜ୍ଞା ବାରିକ,ପି ଏମ ଦେବସ୍ରୀ ବେଜ୍,ସ୍ମୁତି ସାଗର ବେଜ୍,ଆଦ୍ୟ ଅନୁଷ୍କା ବେଜ୍,ସୁଧାଂଶୁ ଶେଖର ବାରିକ,ଋତୁପର୍ଣ୍ଣା ବାରିକ,ବିଦୁସ୍ମିତା ବାରିକ,ରୁଦ୍ରନାରାୟଣ ବାରିକ,ଆଦିତ୍ୟ ନାରାୟଣ ବାରିକ,ଶ୍ରୀମୟୀ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।