ମେଧାବୀ ପାଇଲେ ପ୍ରୋତ୍ସାହନ ପୁରଷ୍କାର

ବନ୍ତ,(ଚାନ୍ଦିନୀ ମହାନ୍ତି): କାନପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଝୁମ୍ପ ସନାତନ ସ୍ମୃତି ସଂସଦ ପକ୍ଷରୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ ରେ ଏୱାନ୍ କୃତିତ୍ୱ ହାସଲ କରିଥିବା ହାଟଡିହି ବ୍ଲକର ୧୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମରୈଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାକୁ ଝୁମ୍ପ ସନାତନ ସ୍ମୃତି ସଂସଦର ସଭାପତି କବି ଚର୍ତୁଭୂଜ ପହି ପୌରହିତ୍ୟ କରିଥିଲେ । ଏଥିରେ ମୁଖ୍ୟଅତିଥି ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନେ ନିତୀନିଷ୍ଠ ହୋଇ ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ କହିଥିବା ବେଳେ ଏମିତି ସ୍ୱପ୍ନ ଦେଖ ଯାହା ତମକୁ ପୂରଣ ନହେବା ପର୍ଯ୍ୟନ୍ତ ଶୁଆଇ ଦେବ ନାହିଁ । ମୁଖ୍ୟବକ୍ତା ତରାଗୋ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଜଗନ୍ନାଥ ପାତ୍ର ପୁରଷ୍କାର ପ୍ରେରଣା ଦାୟୀ ହୋଇଥାଏ,ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ଗଠନ ଦିଗରେ ନିଷ୍ଟାର ସହ ଆଗେଇ ଯିବାକୁ ସେ ପରାମର୍ଶ ଦେଇଥିଲେ । ଉଦ୍‌ଘାଟକ ହାଟଡିହିର ପ୍ରାକ୍ତନ ଗୋଷ୍ଠି ଶି÷କ୍ଷାଧିକାରୀ ଧନେଶ୍ୱର ଖଣ୍ଡେଇ ପ୍ରତିକୂଳ ପରିସ୍ତିତିକୁ ସାମ୍ନା କରି ଦୃଢ ଇଚ୍ଛାଶକ୍ତି ବଳରେ ଆଗକୁ ବଢିଲେ ତମ ମାନଙ୍କ ମଧ୍ୟରୁ ଭାରତବର୍ଷ ଆଉ ଜଣେ ଅବଦୁଲ୍ କାଲାମ୍ ସୃଷ୍ଟି କରିପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ମରୈଗାଁ ଏଚ୍‌ଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ, ଝୁମ୍ପ ସନାତନ ସ୍ମୃତି ସଂସଦର ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ, ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ସମ୍ପାଦକ ସୁଦାମ ଚରଣ ଜେନା, କେନ୍ଦୁଝର ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଦସ୍ୟ ଅନିରୁଦ୍ଧ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ବେହେରା, ନାରାୟଣ ସାହୁ, ଅନନ୍ତ ଚରଣ ମୁଦୁଲି, ସୁରେନ୍ଦ୍ର ପରିଡା, ହରିହର ସାମଲ,ବିଦ୍ୟତ୍ ପ୍ରଭା ଦେଓ, ପ୍ରତିମା ସ୍ୱାଇଁ, ମୋହନ କୁମାର ମହାନ୍ତି, ମମତା ଜେନା, ସାବିତ୍ରୀ ଜେନା, ରମେଶ କୁମାର ସାହୁ, ଅଭୟ ସାମଲ, ନିର୍ମଳ କୁମାର ବାରିକ୍‌, ଧ୍ରୁବନନ୍ଦ ସେଠୀ, କୀର୍ତନ ବିହାରୀ ନାୟକ, ହେମନ୍ତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁକାନ୍ତ କୁମାର ବେହେରା,ଶଙ୍ଖାଳି ଚରଣ ରାଉଳ, ଅଲେଖ ଚରଣ ନାୟକ, ସନ୍ତୋଷ କୁମାର ପାତ୍ର, ସଦାଶିବ ଚକ୍ର, ଶ୍ୱେତପଦ୍ମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମଚଂ ପରିଚାଳନା ବନ୍ତ ମଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ଜେନା କାର୍ଯ୍ୟ ତୁଲାଇ ଥିଲେ । ଏହି ଅବସରରେ ଗତ ମାଟ୍ରିକ୍ ଏୱାନ୍ ର ମେଧା ଛାତ୍ରଛାତ୍ରୀ ଜୟସ୍ମିତା ଚକ୍ର, ସିଦ୍ଧାର୍ଥ ଶେଖର ନାୟକ, ଦେବୀପ୍ରସାଦ ରାଉତ୍‌, ରାଜକିଶୋର ସାହୁ, ସଂଗ୍ରାମ କେଶରୀ ରାଉତ୍‌, ବିମଳେନ୍ଦୁ ବେହେରା, ଆଶିଷ ପଣ୍ଡା, ପ୍ରତ୍ୟୁଷ କୁମାର ବେହେରା, ଶୁଶ୍ରୀ ମାମାଲି ବେହେରା, ପୀୟୁଷ କୁମାର ବେହେରା, ମମତାମୟୀ ବେହେରା, ମାମାଲି ପ୍ରିୟଦର୍ଶନୀ ମହାନ୍ତି , ମୁସ୍କାନ୍ ପଲେଇ, ରାହୁଲ୍ କୁମାର ନାୟକ, ଅଭିନନ୍ଦନ ସାମଲଙ୍କୁ ସଂସଦ ପକ୍ଷରୁ ପ୍ରଶଂସାପତ୍ର, ମେଡାଲ୍ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ମାନିତ କରା ଯାଇଥିଲା । ଶେଷରେ ପ୍ରତିମା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତି ସଂସଦର ଶିକ୍ଷାବିତ୍ ଶ୍ୱେତପଦ୍ମା ପାତ୍ର , ଡାକ୍ତର ରବିନ୍ଦ୍ର କୁମାର ଜେନା, ଗୁଣାକାର ଜେନା,ସନ୍ତୋଷ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ