ଏନସିସିର ବାର୍ଷିକ ଶିବିର ଉଦଯାପିତ

କଟକ,(ଓ୍ବାଇଏନଏସ): କଟକସ୍ଥିତ ଖ୍ରୀଷ୍ଟ ମହାବିଦ୍ୟାଳୟ ପରିସରରେ ତୃତୀୟ ଓଡ଼ିଶା ନାଭାଲ ୟୁନିଟ୍ ଏନସିସିର ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ତୃତୀୟ ଓଡ଼ିଶା ନାଭାଲ୍ ୟୁନିଟ୍ ଏନସିସିର କମାଣ୍ଡିଂ ଅଫିସର୍ କମାଣ୍ଡର୍ ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୪୫୦ରୁ ଉର୍ଦ୍ଧ୍ବ କ୍ୟାଡେଟ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷଣ ଶିବିରର ଉଦଯାପନୀ ସମାରୋହରେ ବାରବାଟୀ-କଟକର ଯୁବ ବିଧାୟିକା ଇଂ ସୋଫିଆ ଫିରଦୋଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାଡେଟ୍ ମାନଙ୍କର କର୍ତ୍ତବ୍ୟ ନିଷ୍ଠା ଏବଂ ଶୃଙ୍ଖଳିତ ଆଚରଣ ପାଇଁ ପ୍ରଶଂସା କରିଥିଲେ। ସମାରୋହରେ କ୍ୟାଡେଟ୍ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିବିରରେ ଦଶ ଦିନ ଧରି ଫାୟାର୍ ଫାଇଟିଂ, ଫାୟାରିଂ, ଦୌଡ, ନୃତ୍ୟ, ସଙ୍ଗୀତ, ସୀମାଫୋର୍, ନୌଚାଳନା, ବୋଟ୍ ରିଗିଙ୍ଗ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ସଫଳ ହୋଇଥିବା କ୍ୟାଡେଟ୍ ମାନଙ୍କୁ ବିଧାୟିକା ପୁରସ୍କୃତ କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଖ୍ରୀଷ୍ଟ ମହାବିଦ୍ୟାଳୟର ଏଏନ୍ଓ ଲେଫ୍ଟନାଣ୍ଟ୍ ଡ଼କ୍ଟର ପ୍ରଦ୍ୟୁମ୍ନ ଦାଶ ସମ୍ପୂର୍ଣ୍ଣ କ୍ୟାମ୍ପ୍ ରିପୋର୍ଟ ଉପସ୍ଥାପନା କରିଥିଲେ। ପରିଶେଷରେ ତୃତୀୟ ଓଡ଼ିଶା ନାଭାଲ୍ ୟୁନିଟ୍ ଏନସିସିର କମାଣ୍ଡିଂ ଅଫିସର୍ କମାଣ୍ଡର୍ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ