ଦୁର୍ବୃତ୍ତଙ୍କ ଯୋଗୁଁ ଲକ୍ଷାଧିକ ଟଙ୍କାର ଧାନ ପୋଡିଗଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -କୌଣସି ଅଚିହ୍ନା ଦୁର୍ବୃତ୍ତଙ୍କ ଯୋଗୁଁ ଲକ୍ଷାଧିକ ଟଙ୍କାର ଧାନ ପୋଡି ଯାଇଥିବା ଜଣାଯାଇଛି । ଏହାଦ୍ୱାରା ବର୍ଷସାରା ପରିଶ୍ରମ କରିଥିବା ଜଣେ ଚାଷୀର ଜିବନ ଜିବିକା ବିପନ୍ନ ହୋଇଥିବା ଜଣା ଯାଇଛି । ଘଟଣାରୁ ପ୍ରକାଶ ଗତକାଲି ମଧ୍ୟରାତ୍ରରେ ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଗାନ୍ଧିନଗର ଅଞ୍ଚଳରେ କୌଣସି ଅଜ୍ଞାତ ଦୁର୍ବୃତ୍ତଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କାର ଧାନ ଗଦା ପୋଡିଯାଇଛି । ଏହି ଅଞ୍ଚଳର ଚାଷୀ ଏଡଲା ରାମଦାସ ବର୍ଷସାରା ପରିଶ୍ରମ କରି ଧାନ ଖଳାରେ ଧାନ ମଳି ଘରକୁ ନେବାପାଇଁ ରଖିଥିଲେ । ଗତକାଲି ରାତିରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇବା ଯୋଗୁଁ ଧାନ ଗଦାରେ ଅର୍ଦ୍ଧାଧିକ ଧାନ ପୋଡି ପାଉଁସ ହୋଇଯାଇଛି । ବଳକା ଧାନ ପୋଡି ନ ଥିଲେ ମଧ୍ୟ ନିଆଁର ଧାସରେ ଲାଲ ଓ କଳା ହୋଇଯାିଛି । ଏହି ଧାନରୁ ପୋଡା ଗନ୍ଧ ବାହାରୁଛି । ତେଣୁ ଏହି ଧାନ ଉପଯୋଗି ହୋଇ ପାରିବ ନାହିଁ । ଏହି ଚାଷୀ ଜଣକ ଅଭିଯୋଗ କରିଛନ୍ତି ପ୍ରତ୍ୟେକ ଦିନ କିଛି ଅଜଣା ବ୍ୟକ୍ତି ଏହି ଅଞ୍ଚଳରେ ମଦ୍ୟ ପାନ କରି ଅସୁଛନ୍ତି । ଧନ ପୋଡି ଯାଇଥିବା ଅଞ୍ଚଳରେ କେତେକ ଖାଲି ମଦ ବୋତଲ ପଡିଥିବା ମଧ୍ୟ ସେ ଅଭିଯୋଗ କରି କହିଛନ୍ତି ମଦ ନିଷାରେ ସିଗାରେଟରେ ନିଆଁ ଲଗାଇ ଦିଆସିଲି କାଠି କିମ୍ବା ସିଗାରେଟ ଫୋପାଡିବା ଯୋଗୁଁ ମୋର ଧାନ ପୋଡିଗଲା । ବର୍ତ୍ତମାନ ମୁଁ ଓ ମୋର ପରିବାର ବର୍ଷସାରା ଚଳିବୁ କେମିତି ବୋଲି ସେ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି । ପ୍ରସାଶନ ଓ ପୋଲିସ ସମ୍ପୃକ୍ତ ଗରିବ ଚାଷୀକୁ ଉପଯୁକ୍ତ ସାହାଯ୍ୟ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି ।


