ଡାଇରିଆ ପରେ ସଜାଗ ଖାଦ୍ୟ ସୁରକ୍ଷା ବିଭାଗ

ଯୋଡା,(ୱାଇ ଏନ ଏସ)କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ଡାଇରିଆ ରେ ଆକ୍ରାନ୍ତ ରୋଗୀ ସଂଖ୍ୟା ବଢିବା ପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ, ଯୋଡା ପୌର ପ।ଳିକ। ପକ୍ଷରୁ ଯାଞ୍ଚ ଜୋରଦାର କରାଯାଇଛି ।ଶୁକ୍ରବାର ବିଭିନ୍ନ ଅସ୍ଥାୟୀ ଠେଲା ଗାଡ଼ି,ଉପରେ ଚଢ଼ାଉ ପରେ ଶନିବାର ଅପରାହ୍ନ ୩ଟା ବେଳେ ଯୋଡ଼ାରେ ଥିବା ବଡ ବଡ ହୋଟେଲ,ମିଠା ଜଳ ଖିଆ ଦୋକାନ,ପାଉଁରୁଟି ଫ୍ୟାକ୍ଟ୍ରି ପ୍ରଭୃତି ରେ ଚଢାଉ କରାଯାଇ ବାସୀ ଖାଦ୍ୟ ,ଅଣ ସ୍ଵୀକୃତି ପ୍ରାପ୍ତ ଖାଦ୍ୟ ରେ ବ୍ୟବହାର ହେଉଥିବା ରଙ୍ଗ ,ସମୟ ସୀମା ସରି ଯାଇଥିବା ଏକ୍ସପ୍ସ।ଇରୀ ଡେଟ ପ୍ୟାକେଜ ଫୁଡ୍,ବାସୀ କ୍ଷୀର,ବାସୀ ମସଲା,ପ୍ରଭୃତି କୁ ଜବତ କରାଯାଇଛି ।କେନ୍ଦୁଝର ର ଫୁଡ୍ ସେଫ୍ଟୀ ଅଫିସର ଜିତେନ୍ଦ୍ର ମହାନ୍ତ, ଅଧିକାରୀ ଛବିଳ ନାଏକ,ପୌର ପ।ଳିକ। ସ୍ବାସ୍ଥ୍ୟ ବିଭାଗ ର ପ୍ରତାପ ନାୟକ,ପୌର ଯନ୍ତ୍ରୀ ମନୋଜ ବେହେରା,ସୁଧାଂଶୁ ଜେନା ,ସୌମ୍ୟ ରଞ୍ଜନ ସେଠୀ,ବ୍ରହ୍ମାନନ୍ଦ ମହାନ୍ତ, ସୌମେନ୍ଦ୍ର ପଲେଇ,ସିମ।ଞ୍ଚଳ ଡାକୁଆ,ପ୍ରମୁଖ ପ୍ରଥମେ ଯୋଡା ମୁସଲିମ ମାର୍କେଟ ,ଯୋଡା ବସ ଷ୍ଟାଣ୍ଡ ମେନ୍ ରୋଡ ରେ ଥିବା ଜଳ ଖିଆ ଦୋକାନ ,ଯୋଡା ବଂ।ଶପ।ଣି ରୋଡ ରେ ଥିବା ବାର୍ ଓ ହୋଟେଲ ପ୍ରଭୃତି ରେ ଯାଞ୍ଚ ଜୋରଦାର କରାଯାଇ ଯାବତୀୟ ବାସୀ ଖାଦ୍ୟ ଜବତ ହୋଇ ଥିଲା ।ତେବେ ସାମୟିକ ଭାବେ ଛଣାଛଣୀ ଜଳଖିଆ ଦୋକାନ କୁ ବନ୍ଦ କରିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆ ଯାଇଛି । ଏକ ପାଉଁରୁଟି ଫ୍ୟାକ୍ଟ୍ରି ରେ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ,ଏକ ଅସ୍ୱାସ୍ଥ୍ୟକର ରାସାୟନିକ ରଙ୍ଗ , ଏବଂ ପାଉଁରୁଟି ,ବିସ୍କୁଟ, କ୍ରିମ ରୋଲ ଇତ୍ୟାଦିରେ ଖାଦ୍ୟ ଅନୁପଯୋଗୀ ସାମଗ୍ରୀ ର ପ୍ରକ୍ରିୟାକରଣ କରାଯାଉଥିଲା ।ଏହାକୁ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଧରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା ବାବଦରେ ବିଭାଗ ଆଦାୟ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ