ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ସମୁହ ଦୀପଦାନ
ହାଟଡିହି (ବିକାଶ ବିଶ୍ବାଳ) : ବିଜେଡ଼ି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବଡରମ୍ପାସ ପଞ୍ଚାୟତର ନୂଆରମ୍ପାସ ରାମେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଯିବା ସହ ସମୁହ ଦୀପଦାନ କରାଯାଇଛି। ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀଧର ସାହୁ, ବାବୁ ପାତ୍ର, ମହେଶ୍ବର ସୁତାର , ଅଭୟ କୁମାର ସେନାପତିଙ୍କ ସମେତ ଅନେକ ମହିଳା ସାମିଲ ହୋଇଥିଲେ। ସେହିପରି ପାଞ୍ଚୁଗୋଛିଆ ପଞ୍ଚାୟତର ଉତ୍ତରେଶ୍ୱର ମନ୍ଦିରରେ ସରପଞ୍ଚ ଦିନେଶ ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ଜେନା, ପ୍ରକାଶ କୁମାର ଜେନା, ଧନେଶ୍ୱର ଓଝା, ସୁକାନ୍ତ କୁମାର ରାଉତ, ମାନସ ଓଝା, ପ୍ରତାପ ସେଠୀ, ଅନନ୍ତ ପ୍ରସାଦ ସେଠୀ, ଅଜିତ କୁମାର ଜେନା, ଦୀପକ କୁମାର ଜେନାଙ୍କ ସମେତ ଶତାଧିକ ଲୋକ ଯୋଗଦେଇ ଦୀପଦାନ କରି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ଲାଗି ପ୍ରାର୍ଥନା କରିଥିଲେ।