ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ

କଲ୍ୟାଣସିଂ ହପୁର (ଏଙ୍କେଟେଶ୍ୱର ପାଢ଼ୀ)ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଜୀଉଙ୍କ ରଥଯାତ୍ରା ଆଡମ୍ବରରେ ପାଳନ କରାଯାଇଛି ।ପାଗ ମେଘୁଆ ରହିଥିବାରୁ  ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନକରିବା ଶହ ରଥଟାଣରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛ  ।ବର୍ତ୍ତମାନ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ  ପତିତପାବନ ଙ୍କ ରଥ ଯାତ୍ରାରେ ବିଧିବଦ୍ଧ ଭାବେ  ମନ୍ଦିର ପରିଚାଳନା କମିଟି ଓ ଦେବତ୍ତୋର ବିଭାଗ ଓ ପରିଚାଳିତ ରେ ଅନୁଷ୍ଠିତ କରାଯାଉଛି ।ଆଜି ସକାଳୁ ଶ୍ରୀ ଜୀଉଙ୍କମଙ୍ଗଳ ଆଳତୀ ,ଅବକାଶ ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରି ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥିଲେ ।ସକାଳ ୯ ଘଣ୍ଟା ସମୟରେ ପୁରହିତ  ଲରା ମିଶ୍ର ଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୩ଟା ରେ ଶ୍ରୀ  ବଳଭଦ୍ର ,ଶ୍ରୀଜଗନ୍ନାଥ,ମା ସୁଭଦ୍ରା ଓ ପତିତପାବନ ଙ୍କୁ ସେବାୟତ ମାନେ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ ।  ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୪ଟା ସମୟରେ ରଥଟଣା ଆରମ୍ଭ କରିଥିଲେ । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରି ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।ଏଥିରେ ସ୍ଥାନୀୟ ପୁଲିସ ସମେତ ଏକସେକ୍ସନ ପୁଲିସ ଓ   ଯବାନ ଉପସ୍ଥିତରହି  ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟମ କରିଥିଲେ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ  ।ସନ୍ଧ୍ୟା ୭ଟା ପରେ ଶ୍ରୀ ଜୀଉଙ୍କୁ ମାଉସୀ ମନ୍ଦିର ଭିତରେ ପ୍ରବେଶ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ