ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
ପୋଲସରା / ବୁଗୁଡା (ଅନୀଲ କୁମାର ମହାରଣା) : ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ପୂର୍ବପରି ସମବେଦନା ଜଣାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ ଜନସମ୍ପର୍କ ଜାରୀରଖିଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜୁନ ମାସରେ ୧୦ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଜୁନ ମାସରେ ସେ ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମର ମୃତକ ନମିତା ସାହୁ(୪୦) ଓ ଜା.ଡେଙ୍ଗାପଦର ଗ୍ରାମର ମୃତକ ରାମ ସ୍ୱାଇଁ (୪୫) ଙ୍କ ପରିବାର ଏବଂ ପୋଲସରା ଏନ୍.ଏ.ଏସି ୱାର୍ଡ ନମ୍ବର -୭ ଖଣ୍ଡିଆ ସାହିର ମୃତକ ଦୁର୍ଯ୍ୟଧନ ମାଠ (୩୦) ଓ ୱାର୍ଡ ନମ୍ବର -୬ ପାଟଣାପଦର ସାହିର ମୃତକ ସୁଭଦିପ୍ ଗୌଡ଼ (୧୨) ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହିପରି ବୁଗୁଡ଼ା ବ୍ଲକର ଖୋଳଖାଳି ଗ୍ରାମର ମୃତକ ମୁନା ସାହୁ (୩୦) , ପଥରାପଲ୍ଲୀ ଗ୍ରାମର ମୃତକ ଶତ୍ରୁଘ୍ନ ମଳିକ (୪୦) , ମାଣିତରା ଗ୍ରାମର ମୃତକ ସୌରଭ୍ ସାହୁ (୨୫), ସୁନାକେରା ଗ୍ରାମର ମୃତକ ନନ୍ଦ କିଶୋର ପ୍ରଧାନ, ପଙ୍କଳସାହି ଗ୍ରାମର ମୃତକ ଲଡୁ କିଶୋର ଜେନା ଓ ବେତାରସିଙ୍ଗ ଗ୍ରାମର ମୃତକ ଅମର ଗୌଡ଼ (୩୦) ଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ଜୁଲାଇ ୧ ତାରିଖ ଦିନ ବୁଗୁଡ଼ା ବ୍ଲକ ବିରଞ୍ଚିପୁର୍ ଗ୍ରାମର ଦଣ୍ଡପାଣି ମହାପାତ୍ର ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସେହି ବୁଗୁଡ଼ା ବ୍ଲକ ଟଭାପଲ୍ଲୀ ଗ୍ରାମର କୀର୍ତ୍ତନ ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ମଧ୍ୟ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହି ଜୁଲାଇ ୧ ତାରିଖ ଦିନ ବୁଗୁଡ଼ା ବ୍ଲକ କରଚୁଲି ଗ୍ରାମର କୁମାରୀ ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଜୁଲାଇ ୨ ତାରିଖ ଦିନ ପୋଲସରା ବ୍ଲକ ରୁମାଗଡ ଗ୍ରାମର ଭଗବତ ବିଷୋୟୀ (୩୦) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କ୍ଷମତାରେ ନଥାଇ ମଧ୍ୟ ଲୋକଙ୍କ ଦୁଃଖଦ ସମୟରେ ପୂର୍ବପରି ପରିବାର ନିକଟକୁ ଯାଉଥିବା ଯୋଗୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।