ଆଇକନିକରେ ପଢ଼ିବେ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟର ଛାତ୍ର ଦିପକ
କଟକ (ଓ୍ବାଇଏନଏସ): କଟକ ଟାଙ୍ଗୀ ଚୌଦ୍ବାର ବ୍ଲକର,କନ୍ଦରକଣା ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ର ଦୀପକ କୁମାର ରାଉତ ଆଇକନିକରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଶିକ୍ଷା ପଦ୍ଧତି ଅନୁସରଣ କରି ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟରୁ ୯୧.୪ ଶତକଡ଼ା ନମ୍ୱର ରଖି ଏ୧ରେ ଉତ୍ତୀର୍ଣ୍ଣ ହୋଇଥିଲେ । ରାଜ୍ୟ ସରକାରଙ୍କ ଭୁବନେଶ୍ବରରେ ଥିବା ଏକ ମାତ୍ର ଆଇକନିକ ମହାବିଦ୍ୟାଳୟ ପାଇଁ ଏ୧ ପିଲାମାନଙ୍କ ମଧ୍ୟରେ ୧୮। ୬ରେ ପ୍ରବେଶିକା ପରୀକ୍ଷା କରାଯାଇଥିଲା । ରାଜ୍ୟର ବ୍ଲକ ମାନଙ୍କରେ ଥିବା ଆଦର୍ଶ ବିଦ୍ୟାଳୟର ଏ୧ପିଲା ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୫୦୦ ଛାତ୍ର ଛାତ୍ରୀ ଆଇକନିକରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି କ୍ରମରେ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟର ଏ୧ ଛାତ୍ର ଦୀପକ କୁମାର ରାଉତ ପ୍ରବେଶିକା ପରୀକ୍ଷାରେ କୃତ୍ କାର୍ଯ୍ୟ ହୋଇ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୀପକ ରାଉତ ହେଉଛନ୍ତି ଟାଙ୍ଗୀ ଚୌଦ୍ବାର ବ୍ଲକ ମହିସାଲଣ୍ଡା ଗ୍ରାମର ସମ୍ବାଦିକ ହେମନ୍ତ କୁମାର ରାଉତ ଓ କମଳା ରାଉତଙ୍କ ପୁତ୍ର । ସେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଟିଉସନ ସାର ଶୁଭକାନ୍ତ ନାୟକଙ୍କୁ ସମସ୍ତ ଶୁଭେଚ୍ଛା ଜଣାଇଥିଲେ।