ଆଶ୍ରା ଜରାଶ୍ରମରେ ଚାରାରୋପଣ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ଆଶ୍ରା ଜରାଶ୍ରମ ପରିସରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, ସୁଶ୍ରୀ ସୁଭଶ୍ରୀର ସଂପାଦିକା ଡ. ବସନ୍ତ ମଞ୍ଜରୀ ଦାସ, ସୁଚିନ୍ତା ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଶ୍ରମ ପରିସରରେ ବିଭିନ୍ନ ଚାରାରୋପଣ କରିଥିଲେ। ପରେ ଏହାର ରକ୍ଷଣାବେକ୍ଷଣ ନେବା ପାଇଁ ଆଶ୍ରମ ଦାୟିତ୍ୱରେ ଥିବା ସଦସ୍ୟମାନଙ୍କୁ କହିଥିଲେ। ଆଶ୍ରମର ପରିଚାଳିକା ସୀତା ରାଉତଙ୍କୁ ନିଃସ୍ୱାର୍ଥପର ସେବା ସୁଚିନ୍ତା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।