ପାନମଧୁରୀର ଉପକାରୀ ଗୁଣ
ପାନମଧୁରୀ ପାଚନ ଶକ୍ତିକୁ ବୃଦ୍ଧି କରିବା ସହିତ ମୁଖଦୁର୍ଗନ୍ଧକୁ କମ୍ କରିଥାଏ। ଆୟୂର୍ବେଦ ଅନୁସାରେ ପାନମଧୁରୀ ଖାଇବାର ଅନେକ ଉପକାରିତା ରହିଛି। ଏହା ଶରୀରର ଓଜନ କମ୍ କରିବାରେ ବି ସହାୟକ ହୁଏ।
– ଆଖି ସମସ୍ୟା ଦୂର କରେ: ପାନମଧୁରୀରେ ଭିଟାମିନ୍ ସି, ପୋଟାସିୟମ, ଲୌହ, ମାଙ୍ଗାନିଜ୍, ଫୋଲେଟ୍ ରହିଥାଏ। ଆଖି ସମସ୍ୟା ଥିଲେ ପାନମଧୁରୀ ସହ ମିଶ୍ରି ମିଶାଇ ଖାଇଲେ ଉପକାର ମିଳେ।
– ମୁଖଦୁର୍ଗନ୍ଧ ଦୂର କରେ : ଏହାର ଜୀବାଣୁନିରୋଧୀ ଗୁଣ ଦାନ୍ତ ବିନ୍ଧୁଥିଲେ ଉପଶମ ପାଇଁ ସହାୟକ ହୁଏ। ଏଥିସହିତ ମୁଖଦୁର୍ଗନ୍ଧ ଦୂର ହୋଇଥାଏ।
– ବଦହଜମି ଦୂରକରେ : ପାନମଧୁରୀ ଦାନା ଅରୁଚି କମ୍ କରିବା, ବଦହଜମି ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ଏହାକୁ ନିୟମିତ ଭାବେ ବ୍ୟବହାର କରିଲେ ପେଟ ଦରଜ ଏବଂ ପେଟବିନ୍ଧା କମେ।
– ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଦୂରକରେ : ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଯେପରିକି ପେଟ ଗରମ ହୋଇ ବାରମ୍ବାର ପରିସ୍ରା ହେଉଥିଲେ ପାନମଧୁରୀ ଖାଇଲେ ଉପଶମ ମିଳେ।
– ଚର୍ବି ହ୍ରାସକରେ: ପାନମଧୁରୀ ଦାନା ପ୍ରାକୃତିକ ଭାବେ ଚର୍ବି ହ୍ରାସ କରିଥାଏ। ତେଣୁ ଏହାକୁ ଲଗାତର ସେବନ କଲେ ଓଜନ କମେ।
– ଥଣ୍ଡା, କାଶ ଦୂରକରେ : ଥଣ୍ଡା, କାଶ ଲାଗି ରହିଥିଲେ ନିୟମିତ ଭାବେ ପାନମଧୁରୀ ଖାଇବାକୁ ଭୁଲନ୍ତୁ ନାହିଁ।
– ରକ୍ତଚାପ ଦୂରକରେ : ଏହା ପୋଟାସିୟମର ଏକ ଭଲ ଉତ୍ସ। ତେଣୁ ଏହାକୁ ଖାଇଲେ ରକ୍ତଚାପ କମିଥାଏ।