ସିଏସସି ପ୍ରତିଷ୍ଠା ଦିବସରେ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଭିଏଲଇ
ଅସ୍ତରଙ୍ଗ (ଗଣେଶ ଚନ୍ଦ୍ର ବେହେରା): ଆଜି ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆର ଏକ ଅଭିନ୍ନ ଜନସେବକ ସଂସ୍ଥା ସିଏସସିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି, ୧୯୯୦ ମସିହା ରୁ ଏହି ସଂସ୍ଥା ବିଭିନ୍ନ ବିଭାଗ କାର୍ଯ୍ୟ କରିଆସୁଥିବା ବେଳେ ୨୦୦୯ ମସିହା ରେ ଏହାକୁ ସ୍ୱତନ୍ତ୍ରତା ମିଳିଥିଲା, କେନ୍ଦ୍ର ସରକାର ଙ୍କ ଆଇଟି ମନ୍ତ୍ରଣାଳୟ ଅଧୀନରେ ଏହି ସଂସ୍ଥା ଡିଜିଟାଲ ଇଣ୍ଡିଆ ର ଏକ ସ୍ୱତନ୍ତ୍ର ଜନସେବକ ଭାବେ ଏବେ ପ୍ରତ୍ୟେକ ପଞ୍ଚାୟତ ରେ ଜନପ୍ରିୟତା ପାଇଛି, ଆଜି ୧୬ ବର୍ଷ ରେ ପଦାର୍ପଣ କରିଛି ଏହି ଏହି ଅନୁଷ୍ଠାନ, ଯାହାକୁ ନେଇ ଅସ୍ତରଙ୍ଗ ପିର ଜାହାନିଆ ବେଳାଭୂମି ରେ ଏହି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଏକତ୍ରିତ ହୋଈ ଜଙ୍ଗଲ ସଫେଇ କରିବା ସହ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଥିଲେ, ପ୍ରତ୍ୟେକ ଦିନ କମ୍ପୁଟର ସାମ୍ନା ରେ ସରକାର ଙ୍କ ପ୍ରତ୍ୟେକ ଜନହିତାଧିକାରୀ କାର୍ଯ୍ୟ କୁ ଲୋକ ଙ୍କୁ ସୁବିଧା ରେ ସେବା ଯୋଗାଉଥିବା ଏହି କର୍ମୀ ଆଜି ସ୍ୱଚ୍ଛଭାରତ ଅଭିଯାନ ରେ ନିଜକୁ ସାମିଲ କରି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଛନ୍ତି, ଅନେକ ସମୟ ରେ ଏମାନେ କାମ କରୁଥିବା ପରିସ୍ଥିତି ରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ଅସ୍ତରଙ୍ଗ ସିଏସସି ଅନୁଷ୍ଠାନ ମାନେ ସରକାର ଙ୍କୁ ଦାବୀ କରିଛନ୍ତି ଯେ ଆମେ ସରକାର ଙ୍କ ଜଣେ ଜଣେ ସେବକ କିନ୍ତୁ ଆମ ସୁରକ୍ଷା କୁ ସରକାର ଗୁରୁତ୍ୱ ଦେବା ନିତ୍ୟାନ୍ତ ଆବଶ୍ୟକ, ଏହି କାର୍ଯ୍ୟକ୍ରମ ରେ ସଭାପତି କେଦାର ନାଥ ନାୟକ, ଉପ-ସଭାପତି ସମିର ବେହୁରା, ସମ୍ପାଦକ ସୁବାଷ ବାରିକ, ସହ ସମ୍ପାଦକ ରାକେଶ ଚନ୍ଦ୍ର ସ୍ୱାଇଁ, କୋଷାଧକ୍ଷ ଛବିନ କୁମାର ସେଠି ଓ ଅନ୍ୟକର୍ମୀ ଉପସ୍ଥିତ ରହିଥିଲେ l