ଚୋରି ଘଟଣାରେ ମୁଖ୍ୟ ଗିରଫ କୋର୍ଟ ଚାଲାଣ
କଲ୍ୟାଣସିଂହପୁର(ଓ୍ବାଇଏନଏସ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମର ଗୋପାଳ ଚେଟି ଉପେନ୍ଦ୍ର ଙ୍କଘରୁ ମାଓବାଦୀ ପରିଚୟ ଦେଇ ଡକାୟତିମାନେ ଦମ୍ପତି ଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର, ବାଇକ, ସିନ୍ଦୁକ ଚୋରି ଘଟଣାରେ ପୁଲିସ ପୁଣି ଦୁଇଜଣକୁ ଧରିଛି। ଗତ ୧୬ ତାରିଖ ରାତ୍ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଘଟଣାର ମାଷ୍ଟ୍ରରମାଇଣ୍ଡ ରୁପେଶ ନାଗକୁ ଅଜ୍ଞାତ ସ୍ଥାନରୁ ଉଠାଇଆଣି ଗିରଫ କରି କୋର୍ଟ ଚାଲାଣ କରି ଏକ ବଡ଼ ଶଫଳତା ପାଇଛି। ରୁପେଶ ରାୟଗଡା, ମୁନିଗୁଡା, ବିଷମକଟକ, କାଶୀପୁର, କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ କେଶ ଥିବା ଜଣା ପଡିଛି। ପୂର୍ବରୁ ଉକ୍ତ ଘଟଣାରେ ତଦନ୍ତ କରି ବିଭନ୍ନ ସ୍ଥାନରେ ଚଢାଇ ଜାରିରଖି ପୁଣି ଚୋରକୁ ଧରିବାରେ ସଫଳ ହୋଇଥିଲା କଲ୍ୟାଣସିଂହପୁର ପୋଲିସ। ଗତ ମଇ ମାସରେ ବାଇକ ଓ ସିନ୍ଦୁକ କୁ ଠାବ କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଦିନ ପରେ ଜଣେ ଯୁବକ ଇଶ୍ୱର ନାଏକ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶିକର ପାଇ ଗ୍ରାମର ଗେମ୍ବାଲୀ ଚନ୍ଦନ କୁମାର ଓ ଗୁରୁତୁଲୀ ଗ୍ରାମର ଗୁଡୁଲା ସନ୍ତୋଷ କୁମାର ଧରି କୋର୍ଟ ଚାଲାଣ କରିଥିଲା ପୋଲିସ । ଚୋରି ଘଟଣା କୁ ନେଇ ପୋଲିସ ଦିନ ରାତି ଏକକରୀ ବିଷମ କଟକ, କାଶୀପୁର ଜେକେ ପୁର ସହ ନିୟମଗିରି ପାହାଡ଼ ଅଞ୍ଚଳରେ ତନା ଘନା ଚଢ଼ାଉ ଜାରି ତଖିଚି ପୋଲିସ। ଏହି ଚୋରି ଘଟଣା କୁ ନେଇ ଏକ ସ୍ୱତନ୍ତ୍ର ଟିମି କରି ତଦନ୍ତ ଚଲାଇଛି ପୋଲିସ।ଥାନା ଅଧିକାରୀ ନୀଳକଣ୍ଠ ବେହେରା ,ପୂର୍ବତନ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ ବେହେରା,ଏସ ଆଇ ଦିଲୀପ ମାଝୀଙ୍କ ଏକ ଦଳ ନେଇ ଏହି ବ୍ଲକର ବିଭିନ୍ନ ଅଞ୍ଚଳ ତଦନ୍ତ କରୁଥିବା ବେଳେ ମାଝୀଗୁଡା ପଞ୍ଚାୟତର କତାଗୁଡା ଯିବା ଛକ ରାସ୍ତାର ଗୁଡ଼ିଆରେ ବାଇକ ଓ ନିକଟସ୍ଥ ଆମ୍ବ ଗଛ ମୂଳରେ ସିନ୍ଦୁକକୁ ପୁଲିସ ଉଦ୍ଧାର କରିଥିଲେ । ଏହାର ତଦନ୍ତ କରିବା ବେଳେ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ପଣସଗୁଡା ଗ୍ରାମର ଜାଗାମ ନାଏକଙ୍କ ପୁଅ ଇଶ୍ୱର ନାଏକ (୨୩)କୁ ଉଠେଇ ଥାନାକୁ ଆଣିଥିଲେ । ଏଠାରେ ପଚରାଉଚରା ପରେ ସେ ଚୋରି କରିବା ସ୍ୱୀକାର କରିବା ସହ ପୁଣି ୫ଜଣ ଙ୍କ ନାମ ଥାନାରେ କହିଥିବା ପୁଲିସ ସୂଚନା ଦେଇଛନ୍ତି । ଈଶ୍ୱରର ସୂଚନା ଅନୁଯାଇ ଏହି ଶିକର ପାଇ ଗ୍ରାମର ଓ ଗୁରୁତୁଲୀ ଗ୍ରାମର ଚରକୁ ଧରିଛି ପୋଲିସ। ପୁଣି ତିନି ଜଣ ଚୋରକୁ ରିମାଣ୍ଡରେ ଆଣି ପଛରା ଉଚରା କଲେ ଭଦ୍ର ମୁଖା ପିନ୍ଧା ଚୋର ପଦାକୁ ଆସିବ ବୋଲି ଶିକର ପାଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।ତୁରନ୍ତ ଏହି ୫ଜଣ ସହ ଚୋରି ଘଟଣା ରେ ଆଉ କିଏ ସାମିଲ ଥିବା ସମସ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବେହେରା ଆମ ପ୍ରତିନିଧି ଙ୍କୁ କହିଛନ୍ତି।ଅନ୍ୟମାନେ ବର୍ତ୍ତମାନ ଫେରାର ଅଛନ୍ତି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ଆଉ କିଏ ତଦନ୍ତରେ ଆସିବ ତାକୁ ମଧ୍ୟ ବନ୍ଧା ହେବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।