ସେବା ସମବାୟ ସମିତିରେ ଓମଫେଡ ପାର୍ଲର ଉଦଘାଟିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଢା ସେବା ସମବାୟ ସମିତିରେ ଓମଫେଡ ପାର୍ଲର ଉଦଘାଟିତ ହୋଇ ଯାଇଛି। ଡି.ଆର.ସି.ଏସ ପର୍ଶୁରାମ ପାତ୍ରଙ୍କ ନିର୍ଦେଶରେ ଏହି ଓମଫେଡ ପାର୍ଲର ଖୋଲାଯିବା ସହ କିପରି ସୁ ପରିଚାଳନା ହେବ ତାହାର ବ୍ୟବସ୍ଥା କରାଯାଇଛି। ଆଜି ସେବା ସମବାୟ ସମିତିର ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ସମ୍ପାଦିକା ରଞ୍ଜିତା ଜେନା, ଡିଇଓ ବିବେକା ନନ୍ଦ ମହାନ୍ତି, ରାଜେନ୍ଦ୍ର ମହାନ୍ତି, ଗଣେଶ୍ୱର ମଲ୍ଲିକ, ସମିତିର ନିର୍ଦେଶକ ଦେବେନ୍ଦ୍ର ଜେନା, ଅନନ୍ତ ଚରଣ ପହି, ବନମାଳୀ ଦାସ, ସନ୍ତୋଷ ଜେନା, ପ୍ରଭାତ ରାଉତ, ଦୁର୍ଯ୍ୟୋଧନ ଜେନା, ଶ୍ରୀଧର ଜେନା, ଅନିରୁଦ୍ଧ ଜେନାଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଲୋକମାନେ କିପରି ସୁବିଧାରେ ଓମଫେଡ ଦ୍ୱାରା ପ୍ରସ୍ତୁତ କ୍ଷୀର, ଛେନା, ଦହି ଆଦି ସାମଗ୍ରୀ ପାଇ ପାରିବେ ସେନେଇ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାଳପଡା ଓମଫେଡ ର ପରିଚାଳକ ଓ କର୍ମଚାରୀ ମାନେ ଯୋଗଦେଇଥିଲେ।


