ମୋ ଯୁବ ଭାରତ ପକ୍ଷରୁ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ):  କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ମୋ ଯୁବ ଭାରତ ପକ୍ଷରୁ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ  ଅନୁଷ୍ଟାନ ଦିଗଦର୍ଶନ ଫାଉଣ୍ଡେସନ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l  ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡା ବାଉଁଶ ଦିଗ ବିଜୟୀ ଓ  ରାଜନାପଲ୍ଲୀ ଗ୍ରାମର ଶ୍ରୀ ରାଧାକୃଷ୍ଣ ଯୁବକ ସଙ୍ଘରେ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଥିଲା l ଦିଗଦର୍ଶନ ଅନୁଷ୍ଠାନର ପ୍ରତିଷ୍ଟାତା ତଥା ଆଶା ଇକବାଲ ଜାତୀୟ ପୁରସ୍କାର ପ୍ରାପ୍ତ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋ ଯୁବ ଭାରତ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ସଙ୍କେତ ମିନା ଯୋଗଦେଇ ନିଶାମୁକ୍ତ ଭାରତର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଉଭୟ  ଯୁବକ ସଂଘ କୁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ l ବିଶିଷ୍ଟ ଅତିଥିଭାବେ ୟୁଥ ଫର ଭିଲେଜ ସ୍ବେଛାସେବୀ ଅନୁଷ୍ଠାନ ର ପ୍ରତିଷ୍ଟାତା ତଥା ସ୍ୱାସ୍ଥ୍ୟ ପରାମର୍ଶଦାତା ଡି. ଦେବହରି ରେଡି ଯୋଗଦେଇ ସୁସ୍ଥ ମାନବ ସମାଜ ଗଠନ କରିବାକୁ ହେଲେ ଯୁବ ସମାଜ ନିଶା ଠାରୁ ଦୁରେଇ ରହିବା ଜରୁରୀ ବୋଲି ଉପସ୍ଥିତ ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ l ଓଡିଶା ସାମ୍ୱାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସମାଜସେବୀ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉଭୟ ଯୁବକ ସଙ୍ଘ ନିଶା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ରହିଥିବା ସୂଚନା ଦେଇଥିଲେ l ଉଭୟ ଯୁବକ ସଂଘ କୁ ପ୍ରୋତ୍ସାହନ ଦିଆଯାଇଥିବାରୁ ଯୁବକ ସଙ୍ଘର ପକ୍ଷରୁ ଅତିଥି ମାନଙ୍କୁ ଉଚ୍ଚ ପ୍ରସଂଶା କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ