ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଙ୍ଗୋର ପଂଚାୟତ ସରପଞ୍ଚ ପ୍ରତିନିଧି ବସନ୍ତ ପଢ଼ିଆରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଇଓ ମୃତ୍ୟୁଞ୍ଜୟ ଦାସ, ସମାଜସେବୀ ରଘୁନାଥ ପରିଡା, ସମିତି ସଭ୍ୟା ମନୋରମା ପଣ୍ଡା, ସିଏଚଓ ସୂର୍ଯ୍ୟସ୍ନାତା ପାଣିଗ୍ରାହୀ, ଶକୁନ୍ତଳା ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ୨ ବର୍ଷ ଭିତରେ ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ଗୁରୁତ୍ୱାରୋପ କରିଥିଲେ। ଏପରିକି ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଗ୍ରହଣ କରାଯାଇ ସମାଧାନ କରିବାକୁ ବୁଝା ଯାଇଥିଲା। ଏହି ଅବସରରେ ଅନପୂର୍ଣ୍ଣ ଯୋଜନାର ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ କାର୍ଡ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସେବା ଯୋଗାଇବା ସହିତ ମିଶନ ଶକ୍ତି ପକ୍ଷରୁ ହସ୍ତଶିଳ୍ପୀ ସାମଗ୍ରୀ ଗୁଡିକ ପଦର୍ଶନ କରାଯାଇଥିଲା। ଏଥିରେ ବାଙ୍ଗୋର ପଞ୍ଚୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ। ଅଙ୍ଗନବାଡି କର୍ମୀ ମମତାରାଣୀ ସାହୁ, ମିନତୀ ପଢ଼ିଆରୀ, ସଞ୍ଜୁଲତା ପାତ୍ର, ଗାୟତ୍ରୀ ବେହେରା, ସୁଜାତା ପଲେଇ, ଜୁଳଲତା ବାରିକ, ପ୍ରମିଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


