ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ
ଛତ୍ରପୁର,(ଓ୍ବାଇଏନଏସ): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁରଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡି. ଡମ୍ବୁରୁ ରେଡ୍ଡୀ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବିଦ୍ୟାଳୟ ର ଇତିହାସ ଏବଂ ଗୁରୁ ମାନଙ୍କ ଶିକ୍ଷାଦାନ ଉପରେ କହିବା ସହ ଗ୍ରାମବାସୀଙ୍କ ପକ୍ଷରୁ ଏପରି ଭଵ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା ଏସ. ଶାରଦା ରେଡ୍ଡୀ, ନରେନ୍ଦ୍ରପୁର ସରପଞ୍ଚ ଜ୍ୟୋତି ସାହୁ, ସମିତି ସଭ୍ୟା ଵି. ସୋନାଲି ସେନାପତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର (ଭୁବନେଶ୍ୱର ) ଉପ ପରୀକ୍ଷା ନିୟନ୍ତ୍ରକ ଅବିନାଶ ଶତପଥି, ଛତ୍ରପୁର ଏବିଇଓ ନିମତା ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ କହିଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଏହି ଅବସର ରେ ବିଦ୍ୟାଳୟ ର ପୁରାତନ ଶିକ୍ଷକ/ ଶିକ୍ଷୟତ୍ରୀ, ଜନ ପ୍ରତିନିଧି, ବରିଷ୍ଠ ନାଗରିକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ ସମିତି ସଭ୍ୟ ତଥା ଯୁବ ନେତା ଜ୍ୟୋତି ରଞ୍ଜନ ସାହୁ ସଂଯୋଜନା କରିଥିବା ବେଳେ ଗ୍ରାମ୍ୟ କମିଟି ସଭାପତି ଏସ ରାମସ୍ୱାମୀ ରେଡ୍ଡୀ ସମ୍ପାଦକ ଯୁଧିଷ୍ଠିର ସେଠି, ଡି ଜାଗାରାଓ ଙ୍କ ସମେତ ସମସ୍ତ ଗ୍ରାମବାସୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ, ପ୍ରାରମ୍ଭ ରେ ଗ୍ରାମବାସୀପକ୍ଷରୁ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ର ରେ ଗ୍ରାମ ପରିକ୍ରମା କରାଯାଇ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା,


