ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବେତନଟୀ ବ୍ଲକ ଗସ୍ତ

ବେତନଟୀ(ଓ୍ବାଇଏନଏସ) : ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ବୁଧବାର ବେତନଟୀ ବ୍ଲକ ଗସ୍ତରେ ପହଞ୍ଚି ଥିଲେ। ବେତନଟୀ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିର ସଫଳ ରୂପାୟନ ନିମନ୍ତେ ବ୍ଲକ ପରିସରରେ ଏକ ବୈଠକରେ ଆଲୋଚନା ହୋଇଥିଲା। ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି, ୩୫ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ୩୬ ନମ୍ବର ଜିଲ୍ଲା ପରିଷଦ ସବିତା ଦାସ, ୩୭ ନମ୍ବର ଜିଲ୍ଲାପରିଷଦ ଧାନୀ କିସ୍କୁ, ବେତନଟୀ ବିଡିଓ ଯୋଗ ଦେଇ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦିଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସହକାରୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, ଜି ପି ଓ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବ୍ଲକ ସଭାପତି ରାଜୀବ ସେନାପତି, ଯୁବ ନେତା ସୁଶାନ୍ତ ବଳା, ହରେକୃଷ୍ଣ ବେହେରା, ଚିତେଶ୍ୱର ବେହେରା, ବୃନ୍ଦାବନ ଦାସ, ଯୁବ ସଂଗଠକ ଲଲାଟେନ୍ଦୁ ବେହେରା, ପ୍ରଶାନ୍ତ ମହାନ୍ତ, ରାଜେନ୍ ଦାସ, ଜୀବନ ଦାସ, ମନ୍ମୟ ଦାସ, ମନୀଷ ଗିରି, ଭାନୁ ବାବଙ୍କ ସମେତ ଅନେକ ବିଜେଡି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ