ବନ୍ତରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ବନ୍ତ,୧୧/୮(ଚାନ୍ଦିନୀ ମହାନ୍ତି) : ସମସ୍ତଙ୍କ ମଧ୍ୟରେ ଜାତୀୟତାବାଦ ଜାଗ୍ରତ କରିବା ନେଇ ସାରା ରାଜ୍ୟରେ ବିଜେପି ପକ୍ଷରୁ ଅଗଷ୍ଟ ୧୦ରୁ ୧୪ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ ହେଉଥିବା ବେଳେ ଆଜି ବନ୍ତ ବିଜେପି ପକ୍ଷରୁ ବନ୍ତ ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବନ୍ତ ଜଳ ସେଚନ ଅଫିସସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ହଜାରେ ସଂଖ୍ୟାରେ ଦଳୀୟ ପଦାଧିକାରୀ ଓ କର୍ମୀ ମାନେ ହାତରେ ବ୍ୟାନର ଓ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ବାହାରି ଦେଶାତ୍ମବୋଧ ସ୍ଲୋଗାନ ଦେଇ କେନ୍ଦୁଆପଦା ଛକ, ଥାନା ଛକ, ପୁରୁଣା ବଜାର ଓ ବ୍ଲକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ବଜାର ପରିକ୍ରମା କରିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନ୍ତ ମଣ୍ଡଳ ସଭାପତି ସନ୍ତୋଷ କୁମାର ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ କୁମାର ଜେନା, ବରିଷ୍ଠ ନେତା କମଳାକାନ୍ତ ସାହୁ, ଆନନ୍ଦ ଚନ୍ଦ୍ର ଓଝା, ପୂର୍ବତନ ସରପଞ୍ଚକୃପାସିନ୍ଧୁ ସେଠୀ, କିଶୋର କିଙ୍କର ପଢିଆରୀ, ଭାଗିରଥି ସେଠୀ, ଜିତେନ୍ଦ୍ର ନାୟକ, କୃଷକ ମୋର୍ଚ୍ଚା ନେତା ଶଙ୍କର୍ଷଣ ଜେନା, ପୂର୍ବତନ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି, ବସନ୍ତ ନାୟକ, କାଦବରାଙ୍ଗ ସମବାୟ ସମିତିର ସଭାପତି ବାସୁଦେବ ଜେନା, ନାରୀ ନେତ୍ରୀ ପଙ୍କଜିନୀ ଲେଙ୍କା, ରୀତାରାଣୀ ବେହେରା, ସାବିତ୍ରୀ ସାହୁ, ଲକ୍ଷ୍ମୀ କର, ବସନ୍ତ ବିଶ୍ୱାଳ, ଜୟନ୍ତ ପଣ୍ଡା, ଲକି ନାୟକ, ଆଶୀଷ ସାହୁ, ଅରୁପ ମଲ୍ଲିକ, ହରିହର ରାଉତ, ସନାତନ ସାହୁ, ତାପସ ଦାସଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ସେଠୀ, ନବ କିଶୋର ଜେନା, ଦେବେନ୍ଦ୍ର ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ