ବଞ୍ଚୋ ରାସ୍ତାରେ ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ପାଣିରେ ଭସିଲା ଚାଷ କିଆରୀ

ହାଟଡିହି (ଓ୍ବାଇଏନଏସ): ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ବଞ୍ଚୋ ଗ୍ରାମର ଅନେକ ଚାଷୀଙ୍କ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ଚାଷୀ ମାନଙ୍କ ଅଭିଯୋଗ ଯେ ସାମାନ୍ୟ ବର୍ଷା ହେଲେ ବଞ୍ଚୋ ଛକ ଠାରୁ ଗାଁ ପର୍ଯ୍ୟନ୍ତ ର ଉପରମୁଣ୍ଡରେ ଥିବା ଚାଷ ଜମି ଗୁଡିକ ପାଣିରେ ବୁଡି ଯାଉଛି। ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଏକର ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ଯେଉଁ ଚାଷୀ ମାନେ ଦିନେ ଦୁଇଦିନ ତଳେ ଧାନ ତଳି ରୁଆ ପୋତା କରିଥିଲେ ସେମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି। ବିଲ ରେ ଦୁଇ ତିନି ଫୁଟ ଉଚ୍ଚର ପାଣି ଠିଆ ହୋଇ ରହିଥିବାରୁ ଧାନ ଗଛ ଗୁଡିକ ପଚି ଯିବାର ସଂଭାବନା ଅଛି। ବଞ୍ଚୋ ଛକ ଠାରୁ ଗାଁ ପର୍ଯ୍ୟନ୍ତ ରାସ୍ତାରେ ଆବଶ୍ୟକ ମୁତାବକ କଲଭର୍ଟ ନଥିବାରୁ ବର୍ଷା ଜଳ ନିସ୍କାସନ ହୋଇ ପାରୁନି। ଫଳରେ ପ୍ରତିବର୍ଷ ଉପର ମୁଣ୍ଡର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବଞ୍ଚୋ ପଞ୍ଚାୟତ ର ସରପଞ୍ଚ ପ୍ରସାନ୍ତ ରାଉତ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ