ନିୟମଗିରି ଡାଙ୍ଗରିଆଙ୍କ ବିକାଶରେ ପ୍ରଥମିକତା ଗ୍ରହଣ କରାଯିବ: ଜିଲାପାଳ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପୁଣି ନିୟମଗିର ଡଙ୍ଗରିଆଙ୍କ ବିକାଶ ପାଇଁ ଅଣ୍ଟା ଭିଡି ନିୟମଗିର ଡ଼ଙ୍ଗରିଆ ଅଂଚଳ ଗସ୍ତ କରୀଛନ୍ତି। ଆଜି ଜିଲ୍ଲାପାଳ ଆଚନାକ ଗସ୍ତ କରି ଅଧିକାରୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛନ୍ତି। ସକାଳୁ ସକାଳୁ ଜିଲ୍ଲାପାଳ କଲ୍ୟାଣସିଂହପୁର ଗସ୍ତରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ମନୀଷା ଦାସ ଙ୍କ ସହ ନିୟମଗିର ଡଙ୍ଗରିଆଙ୍କ ଉପରେ ଆଲୋଚନା କରି ବାହାରିଥିଲେ। ପ୍ରଥମେ କାଡ୍ରାକା ବଣ୍ଡେଲି ଯିବା ସମୟରେ ଘଗୁଦିମାଳ ଗ୍ରାମକୁ ରାସ୍ତାର ସମସ୍ୟା ବୁଝିବା ପାଇଁ ଗ୍ରାମବାସୀ ରାସ୍ତାରେ ଅଟକାଇଥିଲେ। କିନ୍ତୁ ଜିଲାପାଳ ଗାଡ଼ିରୁ ଅଲାଈ ନଥିଲେ। ପରେ ବିଡ଼ିଓ ଦାସ ଲୋକଙ୍କୁ ରାସ୍ତା ସମସ୍ୟା ସମାଧାନ ହୋଇଯିବ କହି ଲୋକଙ୍କୁ ବୁଝାଇବା ବେଳେ ଜିଲାପାଳ ନିୟମଗିରି ଚାଲିଯାଇଥିଲେ। ପ୍ରଥମେ କାଡ୍ରାକା ବଣ୍ଡେଲି ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ଉକ୍ତ ଅଞ୍ଚଳରେ ଅନେକ ସମସ୍ୟା ରହିଛି ସମାଧାନ କରାଯିବ ବୋଲି କହିଥିଲେ। ଲୋକଙ୍କ ପ୍ରଥମିକତା ବିଜୁଳି ପାଣି, ଟେଲିଫନ ଓ ରାସ୍ତା ସମସ୍ୟା ଉପରେ ପ୍ରଥମିକତା ଦିଆଯିବ। ବିଭିନ୍ନ ଡ଼ଙ୍ଗରିଆ ଗ୍ରାମରେ ଲୋକ ଜବକାର୍ଡ,ରାସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ, ଆଧାର କାର୍ଡ ଅନ୍ୟ ସମସ୍ୟାକୁ ନେଇ ଗୋଟି କ୍ୟାମ୍ପ କରି ଲୋକଙ୍କ ସମସ୍ୟା ସମାଧାନ କରିବା ବୋଲି ଲୋକଙ୍କୁ ସୂଚନା ଦେଇଥିଲେ।ସେହିପରି ପାଞ୍ଚକେଜି ଚାଉଳ ବଦଳରେ ୩୫ କିଲ ଚାଉଳ ପ୍ରଦାନ ନିମନ୍ତେ ଗ୍ରାମବାସୀ ଜଣାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହା ନିର୍ଦେଶ ଆସିବ ସେ ଉପରେ ଜିଲାପାଳ ଗୁରୁତ୍ୱ ଦେଇ ଜନଜାତି ପାଇଁ କାର୍ଯ୍ୟ କରିବ ବୋଲି ବୁଝାଇଥିଲେ ଜିଲାପାଳ।ପାର୍ସଲୀ ପଞ୍ଚାୟତରେ ୩୮ ଖଣ୍ଡ ଗ୍ରାମରେ ଲୋକେ ପିଏମଜନମନ ଘର ଯାଜନା ରେ ଘରକରିବାରେ ବେସ ଉତ୍ସାହ ରହି ଘର କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଜଯୋନାରେ ଲୋକଙ୍କ ଘର କରଣା ସାମଗ୍ରୀ ନେବାପାଇଁ ଦଶ ହଜାର ଟଙ୍କା ରାଜ୍ୟ ସରକାର ସହାୟତା ପ୍ରଦାନ କରାଯାଉଛି ତେଣୁ ଲୋକଙ୍କ ନେବା ଆଣିବା ସହଜ ହେବ ବିଲି ପ୍ରକାଶ କରିଥିଲେ।ନିୟମଗିର ପାହାଡ଼ରେ ଉତ୍ପଦିତ ସପୁରୀ ଆମ୍ବ ପଣଷ କଦଳୀ ସାମଗ୍ରୀ ଗୁଡାକ ବିକ୍ରୀବଟା କରିବା ପାଇଁ ବ୍ୟବସ୍ତା କରାଯିବା ସହ ଓଏଲଏମ ମାଧ୍ୟମରେ କେମିତି ହୋଇପାରିବ ମୁଁ ଆଲୋଚନା କରିବି।ଜିଲାପାଳଙ୍କ ଗସ୍ତ ସମୟରେ ବେଲକଣା, ଶିକର ପାଇ, ଅଲଣ୍ଡା ଅଙ୍ଗନବାଡି, ସିରିପୁର ବାଳିକା ବିଦ୍ୟାଳୟ ଗସ୍ତକାରୀଥିଲେ। ସେଠାରେ କୋଠା ଛାତ୍ର ଓ ଛାତ୍ରୀନିବାସ ବୁଲିଦେଖିଲେ ଅଞ୍ଚଳରେ ମେଲେରିଆ ପ୍ରବଣ ହୋଇଥିବାରୁ ଛାତ୍ରାବସରେ ମଶା ମାଛି ସଫାସୁତୁରା ଦେଖି ଅଧିକାରୀଙ୍କୁ ଜଣାଇଥିଲେ। ଛାତ୍ରବସରେ ଝରକା ଗୁଡାକରେ କିପରି ମଶାରୀ ଜାଳି ବନ୍ଧହେବ ଜ୍ଵରରୁ ଦୁରେଇ ରହିବା ପାଇଁ ଛାତ୍ରଛାତ୍ରଙ୍କୁ ବୁଝାଇଥିଲେ।ଗସ୍ତ ସମୟରେ ବିଡ଼ିଓ ମନୀଷା ଦାସ, ଡବ୍ଲୁଓ ଚନ୍ଦନ ଦାସ ବାଙ୍ଗାରି, ଯନ୍ତ୍ରୀ ପତି, ଜିପିଓ ଶ୍ୱେତମ ପ୍ରଧାନୀ, ବିଦୂତ ବିଭାଗ ଯନ୍ତ୍ରୀ ଚନ୍ଦନ ବେହେରା, ଏପିଓ ଉପସ୍ଥିତ ରହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ