ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ପଂଚାୟତ ସମିତି ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକ ଅଧକ୍ଷା ଆରତୀ ନାଏକ ଙ୍କ ଅଧକ୍ଷତାରେ ପରିଚାଳିତ ଜିଲ୍ଲାପାଳ ପୁରୀ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ )ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ରାଜକିଶୋର ଜେନା, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅକ୍ଷୟ କୁମାର ଶତପଥୀ, ସହକାରୀ ଜିଲ୍ଲାପାଳ ଜନଶୁଣାଣୀ ପଞ୍ଚାନନ ପରିଜା, ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦନ ପାଢ଼ୀ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା ତଥା ଶିକ୍ଷା, ଯୋଗାଣ ବିଭାଗ, ମଙ୍ଗଳ ବିଭାଗ, ସମାଜକଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କୃଷି, ଜଙ୍ଗଲ, ବିଦ୍ୟୁତ, ଜଳସେଚନ, ପଶୁସମ୍ପଦ, ଶ୍ରମ, ମୂର୍ତ୍ତିକା ସଂରକ୍ଷଣ, ଅବକାରୀ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନିର ପରିସରରେ ସାଧାରଣ ଲୋକର ସମସ୍ୟା ସମାଧାନ ସମ୍ପୂର୍ଣ୍ଣ କରିବା ହେଉଛି ଅଭିଯୋଗ ଶୁଣାଣୀର ଆଭିମୁଖ୍ୟ। ଏହି ଜନଶୁଣାଣୀ ଶିବିରରେ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ବିଦ୍ୟାଳୟ ପରିସରରେ ଛାତ୍ର, ଛାତ୍ରୀ ମାନେ ଜାଳେଣି କାଠ ବୋହିବା ଘଟଣା ପରେ ମଣ୍ଡଳ ଶିକ୍ଷାଅଧିକାରୀ ଘଟଣା ସମ୍ପର୍କ ରେ ତଦନ୍ତ ମଧ୍ୟ କରିଥିଲେ, ଯାହାକୁ ନେଇ ସମାଜସେବୀ ଇନ୍ଦ୍ରମଣି ଜେନା ଜନଶୁଣାଣୀ ରେ ଅଭିଯୋଗ ମଧ୍ୟ କରିଥିଲେ ଏହା ସହ ମଧ୍ୟାହ୍ନ ଭୋଜନ ବନ୍ଦ ସମ୍ପର୍କରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଓ ମଣ୍ଡଳ ଶିକ୍ଷାଧିକାରୀ ଙ୍କୁ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅବଗତ କରାଇବା କୁ ନିର୍ଦ୍ଧେଶ ଦେଇଥିଲେ।ଅନ୍ୟ ଏକ ଅଭିଯୋଗ ରେ ଝାଡ଼ଲିଙ୍ଗ ପଂଚାୟତ ସରପଞ୍ଚ ବୃନ୍ଦାବନ ନାୟକ ଅଭିଯୋଗ ମୁତାବକ ମାସେ କି ଦୁଇ ମାସ ନୁହେଁ ମାସ ମାସ ଧରି ହରିଶ୍ଚନ୍ଦ୍ର ଯୋଜନା ରେ ଶବ ଦାହ ପାଈଁ ହିତାଧିକାରୀ ଙ୍କୁ ମିଳୁନି ଟଙ୍କା। ଗରିବ ସୀମା ରେଖା ତଳେ ବାସ କରୁଥିବା ଲୋକଙ୍କୁ ଶବ ଦାହ ପାଈଁ ୨ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ସରକାର ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସରପଞ୍ଚ ଙ୍କ ଅନୁମୋଦନ କ୍ରମେ ପଂଚାୟତ ରୁ ଏହି ଟଙ୍କା ତୁରନ୍ତ ହିତାଧିକାରୀ ଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଝାଡ଼ଲିଙ୍ଗ ପଂଚାୟତ ରେ ପାଖାପାଖି ୬ମାସ ମଧ୍ୟରେ ୨୭ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ପାଈଁ ହରିଶ୍ଚନ୍ଦ୍ର ଯୋଜନା ଗରିବ ଙ୍କ ପ୍ରତି ଉପହାସ ସଦୃଶ୍ୟ ହୋଇଛି। ସେହିପରି ନଈଗୁଆଁ ପଂଚାୟତ ଡେରୁଣିଆ ଗ୍ରାମର ସୀତା ମଲ୍ଲିକ ମହିଳା ମହାସଂଘ ରେ ବିଭିନ୍ନ ଅନିୟମିତତା ନେଇ ସିଧା ସଳଖ ଜିଲ୍ଲାପାଳ ଙ୍କୁ କହିବା ସହ ସମସ୍ୟା ସମାଧାନ ନ ହେଲେ ଆତ୍ମହୂତି ଦେବେ ବୋଲି ଜିଲ୍ଲାପାଳ ଙ୍କୁ ସର୍ବସମ୍ମୁଖରେ ରୋକଠୋକ ଶୁଣାଇବା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସିଡିପିଓ କାର୍ଯ୍ୟାଳୟ ବସି ମହିଳା ଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ଖୁବ ଶୀଘ୍ର ସମାଧାନ ପାଈଁ ପ୍ରତିଶ୍ରୁତି ଦେଇଥିଲେ।ଗୋସିଙ୍ଗା ଗ୍ରାମର ଦିବ୍ୟାଙ୍ଗ ଦୀପକ ଛାଟୋଇ ଜଣେ ପାରାଆଥେଲେଟିସାନ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ସହ ତାଙ୍କୁ ୩ ଚକିଆ ଗାଡି ସହାୟତା କରିବାକୁ ଜିଲ୍ଲାପାଳ ଙ୍କୁ ଜଣାଇ ଥିଲେ। ବିଭିନ୍ନ ବିଭାଗ ରେ ଥିବା କର୍ମଚାରୀ ମାନେ ଠିକ ସମୟରେ ଆସୁନଥିବାରୁ ଜିଲ୍ଲାପାଳ ଗଣମାଧ୍ୟ୍ୟମ କୁ ସୂଚନା ଦେଇ କହିଛନ୍ତି,ସଠିକ ସମୟରେ କାର୍ଯ୍ୟାଳୟ ରେ ପହଂଚିବାକୁ ନିର୍ଦ୍ଧେଶ ଦିଆଯାଇଛି। କର୍ମଚାରୀ ମାନେ ସମୟାନୁବର୍ତ୍ତିତା ହୁଅନ୍ତୁ ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୋଗ ପ୍ରକୋଷ୍ଟ ରେ ସମୁଦାୟ ୧୨୦ଗୋଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ଅନେକ ବ୍ୟକ୍ତିଗତ ଅଭିଯୋଗ ଓ ଅନେକ ସମୂହ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣୀ ରେ ରାଜ୍ଵସ, ଆବାସ ଯୋଜନା, ଭିନ୍ନକ୍ଷମ କୁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନ୍ତ୍ୟୋଦୟ ଗୃହରୁ ବଂଚିତ କରିବା, ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା,ସ୍ଥାନୀୟ ଅଂଚଳରେ ନିଶା କାରବାର ରୋକିବା, କେନାଲ ରେ ଜଳ ସେଚନ ସମସ୍ୟା, ବିଭିନ୍ନ କାର୍ଯ୍ୟର ବିଲ ପୈଠ ସମ୍ବଦୀୟ ସହ ଭତ୍ତା ସମ୍ବଦୀୟ ଅଭିଯୋଗର ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ଏହା ସହ ଅନ୍ୟ ଅଭିଯୋଗ ସମ୍ପର୍କରେ ଅଭିଯୋଗ ଗୁଡିକ ପଞ୍ଜିକୃତ ହୋଇଥିଲା। ଏହି ଶିବିର ରେ ଜିଲ୍ଲାସ୍ତରୀୟ ସହ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ,


