ହାତୀ ଦ୍ବାରା ହେଉଥିବା କ୍ଷୟକ୍ଷତି ଆକଳନ କଲେ ବନଖଣ୍ଡ ଅଧିକାରୀ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଞ୍ଚଳ ରେ ଏକ ସପ୍ତାହ ରୁ ଉର୍ଦ୍ଧ୍ବ ହେଲା ୩୦ ଟିକିଆ ହାତୀ ପଲ ତା ସହିତ ରହିଥିବା ଗୋଠ ଛଡ଼ା ଦନ୍ତାହାତୀ ପ୍ରତିଦିନ କ୍ଷୟକ୍ଷତି କରି ଚାଲିଛନ୍ତି। ଯାହା ଫଳରେ ଚାଷୀ ମାନେ ବ୍ୟାପକ କ୍ଷତି ସହିବା ସହିତ ଗୋଠ ଛଡ଼ା ଦନ୍ତାହାତୀ ଧନ ଜୀବନ ହାନୀ କରି ଚାଲିଛି। ହାତୀ ମାନଙ୍କ ଦ୍ବାରା ଚାଷୀ ମାନଙ୍କ କେତେ କ୍ଷତି ହୋଇଛି ତାହା କେନ୍ଦୁଝର ବନଖଣ୍ଡ ଚାଷ ଜମି କୁ ଯାଇ କ୍ଷୟକ୍ଷତି ଆକଳନ କରିଥିବା ଦେଖିବାକୁ ମିଳିଛି। ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ମଙ୍ଗଳବାର ଦିନ ଉଖୁଣ୍ଡା ବନାଞ୍ଚଳ ର ଉଖୁଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ଚାଷ ଜମି ଜାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଚାଷ ଜମି ଏବଂ ବାରିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହାତୀ ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି କୁ ବୁଲି ବୁଲି କ୍ଷୟକ୍ଷତି ଆକଳନ କରିବା ସହିତ ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ନଷ୍ଟ ହୋଇଥିବା ଧାନ ଫସଲ ଠାରୁ ଆରମ୍ଭ କରି ବାଡି ବଗିଚା ରେ ହୋଇଥିବା ପନିପରିବା ଚାଷ ଏବଂ ଡାଲି ଜାତୀୟ ଫସଲ କୁ ଆକଳନ କରିବା ପରେ କ୍ଷତି ଅନୁସାରେ ଚାଷୀ ମାନଙ୍କୁ କ୍ଷତି ପୂରଣ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ବନଖଣ୍ଡ ଅଧିକାରୀ କ୍ଷୟକ୍ଷତି ଆକଳନ କରିବା ସହିତ ତାଙ୍କ ସହିତ ଉପସ୍ଥିତ ରହିଥିଲେ ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରୀୟା, ଉଖୁଣ୍ଡା ବନପାଳ ପ୍ରଦୀପ ବାରିକ,ବନରଖି ସାଗରିକା ବେଜ, ୧୮ ନମ୍ବର ଜିଲା ପରିଷଦ ସଭ୍ୟ ରାଧାକାନ୍ତ ନାୟକ, ଉଖୁଣ୍ଡା ସରପଞ୍ଚ ମେଘ ମାଳତି ଦେହୁରୀ, ବଡନେଉଳି ସରପଞ୍ଚ ନିରଞ୍ଜନ ସଏ,ଟୁକୁଡିହା ସରପଞ୍ଚ ଯୁଗୋଳ କିଶୋର ମୁଣ୍ଡା, ବାରିଆ ସରପଞ୍ଚ ଅଲେଖ ନାଏକ, ଜାଲି ସରପଞ୍ଚ ତୁଳସୀ ବଲଭି ସିଂ ପ୍ରମୁଖ। ପ୍ରତିଦିନ ଯେଉଁ ଗ୍ରାମକୁ ହାତୀ ଯାଉଛନ୍ତି ସେହି ପଞ୍ଚାୟତ ର ସରପଞ୍ଚ ମାନଙ୍କୁ ୫ ଟି ଟ୍ରଚ ହାତୀ ଘୋଉଡାଇବା ପାଇଁ ପ୍ରଦାନ କରିବା ସହିତ ୫ ଦିନ ମଧ୍ୟରେ ଗୋଠ ଛଡ଼ା ଦନ୍ତାହାତୀ କୁ ଏ ଅଞ୍ଚଳରୁ ଅନ୍ୟତ୍ର ଘୋଉଡାଇବାର ବ୍ୟବସ୍ଥା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ