ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମା ମଙ୍ଗଳା ମନ୍ଦିର ପରିଦର୍ଶନ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିଦର୍ଶନ କରିବା ସହ ମା” ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଖବର ମୁତାବକ ପବିତ୍ର ଗଣେଶ ପୂଜା ଅବସରରେ ବୁଧବାର ପୂର୍ବାହ୍ନ ସମୟରେ କାକଟପୁର ଜଗନ୍ନାଥପୁର ଅଞ୍ଚଳର ବୋହୁ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ମନ୍ଦିର ପରିଦର୍ଶନ କରି ମା ଙ୍କ “କୃପା ଲାଭ କରିବା ସହ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେବାୟତ ତଥା ମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦୀକ୍ଷିତି ମାନନୀୟା ସାଂସଦ ଙ୍କୁ ୩ ଟି ମୁଖ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ ସେଥି ମଧ୍ୟରେ ଇତିହାସର ମୁକ ସାକ୍ଷୀ ନୌବାଣିଜ୍ୟର ପ୍ରତୀକ ପୁଣ୍ୟତୋୟା ପ୍ରାଚୀ। ପୁନଃଉଦ୍ଧାର ନ ହେବା ଯୋଗୁଁ ଐତିହାସିକ ପ୍ରାଚୀ ଏବେ ମୃତପ୍ରାୟ। ମହାନଦୀ ରୁ ଜୀବନ ଲାଭ କରିଥିବା ଏହି ପବିତ୍ର ନଦୀ ପୁରୀ ଜିଲ୍ଲାର ଜୀବନ ରେଖା ଥିଲା। ହେଲେ ପ୍ରଶାସନ ର ଏହି ଐତିହାସିକ ପୂର୍ଣ୍ଣ ନଦୀକୁ ଭୁଲି ଯାଇଥିବାରୁ ଏହା ଏବେ ପରିଚୟ ହରାଇବାକୁ ବସିଛି। ସେହିପରି ପୂର୍ବ ସରକାର ମା ମଙ୍ଗଳା ମନ୍ଦିର ଉର୍ନ୍ନତି କରଣ ପାଈଁ ୫ଟି ମାଧ୍ୟମରେ ୯କୋଟି ରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ନୂତନ ସରକାର ମନ୍ଦିର ଉର୍ନ୍ନତିକରଣ ପାଈଁ ଘୋଷଣା କରିଥିବା ଅର୍ଥରାଶି କେବଳ ଘୋଷଣା ରେ ହିଁ ରହିଯାଇଛି। ଏହା ସହ କାକଟପୁର ଥିବା ସରକାରୀ ମେଡିକାଲ ଆବଶ୍ୟକ ଭିତ୍ତିଭୂମି ଅଭାବ ଥିବା ସହ ଅନେକ ସମସ୍ୟା ଥିବାରୁ ରୋଗୀ ଉପକୃତ ହୋଇ ପାରୁନାହାନ୍ତି। ଏହା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଆବଶ୍ୟକ ଭିତ୍ତିଭୂମି, ଉପଯୁକ୍ତ ଡାକ୍ତର ଯୋଗାଇ ଦେବାକୁ ଦାବୀ କରିଥିଲେ। ଏହା ସହ କାକଟପୁର ଅଞ୍ଚଳ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଙ୍କ ତରଫରୁ କାକଟପୁର କୁ ଏନ ଏ ସି ମାନ୍ୟତା ସହ ଘୋଷଣା କରିବାକୁ ଦାବୀ ପତ୍ର ମାନନୀୟା ସାଂସଦ ଙ୍କୁ ପ୍ରଦାନ କରାଯାଇଥିଲା। ସମସ୍ୟାସମ୍ପର୍କ ରେ ସେବାୟତ ମାନଙ୍କ ଠାରୁ ଅବଗତ ହେବା ପରେ ସାଂସଦ ଶ୍ରୀ ମତୀ ଷଡ଼ଙ୍ଗୀ ପ୍ରତି ଉତ୍ତର ରେ କହିଥିଲେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ