ତାଲୁକା ଛକ ପୂଜା ମଣ୍ଡପରେ ବିଘ୍ନ ବିନାଶକଙ୍କୁ ଆରାଧନା
ଆସିକା (ୱାଇଏନ୍ଏସ୍): ଅଗ୍ରପୂଜ୍ୟ, ବିଘ୍ନ ବିନାଶକ, ସିଦ୍ଧିଦାତା, ପାର୍ବତୀ ନନ୍ଦନଙ୍କ ଗଣେଶ ପୂଜା ପାଇଁ ଆସିକା ଏନ୍ଏସି ଅଧୀନସ୍ଥ ୧୦ ନମ୍ବର ୱାର୍ଡର ତାଲୁକା ଛକ ପୂଜାମଣ୍ଡପ ଉତ୍ସବ ମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ତାଲୁକା ଛକ ପୂଜାମଣ୍ଡପରେ ବିରାଜିଛନ୍ତି ବିଘ୍ନ ବିନାଶକ । ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନରେ ତାଲୁକା ଛକ ପୂଜା ମଣ୍ଡପ ମୁଖରିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆସିକା ଏନ୍ଏସି ଅଧିନସ୍ଥ ତାଲୁକା ଛକ ପୂଜାମଣ୍ଡପରେ ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ଓ ତାଙ୍କ ପତ୍ନୀ ଆଧ୍ୟାତ୍ମିକପ୍ରେମୀ ରିଙ୍କି ପୋଲାଇ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ । ବିଘ୍ନ ବିନାଶକଙ୍କୁ ପୂଜାର୍ଚ୍ଚନା ଓ ଆରାଧନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବିଦ୍ୱାନ ପଣ୍ଡିତ କାହ୍ନୁଚରଣ ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ପୂଜାମଣ୍ଡପ ପ୍ରକମ୍ପିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆସିକା ଏନ୍ଏସି ଅଧୀନସ୍ଥ ତାଲୁକା ଛକ ପୂଜାମଣ୍ଡପରେ ବିରାଜିଥିବା ଅଗ୍ରପୂଜ୍ୟ ଗଣେଶଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଆତ୍ମା ପୁଲକିତ ହେବା ସହ ଚର୍ମନେତ୍ର ପବିତ୍ର ହୋଇପଡୁଥିବା ପରିଲକ୍ଷିତ ହେଉଛି । ଶ୍ରଦ୍ଧାଳୁ ଭକ୍ତମାନେ ବିଘ୍ନ ବିନାଶକଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଅଭିଭୂତ ହୋଇପଡୁଛନ୍ତି । ଆସିକା ଏନ୍ଏସି ଅଧୀନସ୍ଥ ତାଲୁକା ଛକ ଅଞ୍ଚଳର ଯୁବ ମୁର୍ତ୍ତୀ କାରିଗର ସନ୍ତୋଷ ନାହାକ ଓ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ବାଇଧର ପାଣିଗ୍ରାହୀଙ୍କ ହାତର ଯାଦୁରେ ନିର୍ମିତ ହୋଇ ପୂଜାମଣ୍ଡପରେ ପୂଜା ପାଉଥିବା ଅଗ୍ରପୂଜ୍ୟ ଗଣେଶଙ୍କ ମୂର୍ତ୍ତୀ ବେଶ୍ ମନଲୋଭା ହୋଇଥିବା ଚର୍ଚ୍ଚା ହେଉଛି । ତାଲୁକା ଛକ ପୂଜାମଣ୍ଡପରେ ଘଣ୍ଟା ଘଣ୍ଟ, ହରିବୋଲ ହୁଳହୁଳି ଓ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତ କାହ୍ନୁଚରଣ ତ୍ରିପାଠୀଙ୍କ ଗଣେଶ ବନ୍ଦନା ସ୍ତୋତ୍ର ଓ ମନ୍ତ୍ରଧ୍ୱନୀରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି । ତାଲୁକା ଛକ ଗଜାନନଙ୍କ ପୂଜାମଣ୍ଡପ ଶ୍ରଦ୍ଧାଳୁ ଭକ୍ତଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆସିକା ଏନ୍ଏସିର ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ ଓ ବର୍ତ୍ତମାନର କାଉନସିଲର ଶ୍ରୀମତୀ ବନ୍ଦିତା ପ୍ରଧାନ ତାଲୁକା ଛକ ପୂଜାମଣ୍ଡପରେ ପହଞ୍ଚି ପ୍ରଭୂ ପାର୍ବତୀ ନନ୍ଦନଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସମସ୍ତ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଥିଲା । ତାଲୁକା ଛକ ଗଣେଶ ପୂଜା ମଣ୍ଡପର ସାଜସଜା ଓ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ବିଘ୍ନ ବିନାଶକ ପ୍ରଭୂ ଗଜାନନଙ୍କ ପୂଜାକୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଚଳଚଂଚଳ ହୋଇଉଠିଛି । ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆସିକା ଏନ୍ଏସି ଅଧୀନସ୍ଥ ତାଲୁକା ଛକ ପୂଜାମଣ୍ଡପରେ ଧରାପୃଷ୍ଟକୁ ଅବତରଣ କରି ବିରାଜମାନ ହୋଇଥିବା ଅଗ୍ରପୂଜ୍ୟଙ୍କୁ ଆରାଧନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଏହି ଗଣେଶ ପୂଜାକୁ ସୁପରିଚାଳନା କରିବା ପାଇଁ ଆଧ୍ୟାତ୍ମିକପ୍ରେମୀ ମନମୋହନ ମୁନି, ବିଷ୍ଣୁପ୍ରସାଦ ମୁନି, ଚିତ୍ରସେନ ସେଠୀ, ବାପି ସାବତ, ସନ୍ତୋଷ ମହାନ୍ତି, ସନ୍ତୋଷ କୁମାର ନାହାକ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅମନ କୁମାର ନାହାକ, ପ୍ରଦୀପ ପାତ୍ର, ରକି ସେଠୀ, ଜଗନ୍ନାଥ ସ୍ୱାଇଁ, ଶତୃଘ୍ନ ପାତ୍ର, ଦୀପୁ ସାହୁ, ବିବେକ ମୁନି, ଚନ୍ଦନ ଗୌଡ, ରାମ ସେଠୀ, ବଳରାମ ସେଠୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଯୁବପିଢୀ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି ।


