ଅନିରୁଦ୍ଧ ସେଠୀଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’

ହାଟଡ଼ିହି, (ଓ୍ବାଇଏନଏସ): ହାଟଡ଼ିହି ବ୍ଳକ ହାଟଡିହି ପଞ୍ଚାୟତ ଜଳକଳଙ୍ଗ ଗ୍ରାମର ଆଦର୍ଶ ଶିକ୍ଷକ ଅନିରୁଦ୍ଧ ସେଠୀଙ୍କୁ ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ମିଳିଛି। ପିଏମଶ୍ରୀ ଡି.ଏନ୍ ହାଇସ୍କୁଲ ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ, ଅଖିଳ ଚନ୍ଦ୍ର ନାୟକ,  ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ପ୍ରମୁଖ ଯୋଗଦେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।  ଶିକ୍ଷକ ଶ୍ରୀ ସେଠୀ ନନ୍ଦିପଦାହାଟ ମୁକୁନ୍ଦ ଚରଣ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ତାଙ୍କର ଏପରି ସଫଳତାରେ ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ଶିକ୍ଷକ ସଂଘ ନେତା ମୃତ୍ୟୁଞ୍ଜୟ ପଲେଇ, ଶିଶିର କୁମାର ବିଶ୍ବାଳ, ନବଘନ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ