ମହିଳା ଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ୯ ଲକ୍ଷ ଟଙ୍କା ହଡପ : ଅଭିଯୁକ୍ତକୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବସଷ୍ଟାଣ୍ଡ ଅଞ୍ଚଳରେ ରହୁଥିବା ଟିକି ମିଶ୍ର ନାମକ ଜଣେ ମହିଳାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ୯ ଲକ୍ଷ ୪୫ ହଜାର ଟଙ୍କା ହଡପ କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ  ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ଗୋପାଳପୁର ଥାନା ଆରୁଆପଲି ଗ୍ରାମର ଅଜିତ କୁମାର ପଟ୍ଟନାୟକ।ରବିବାର  ଦିଗପହଣ୍ଡି ଥାନା ମାମଲା ନଂ. ୩୨୨/୨୫ ଅନୁଯାୟୀ ଗିରଫ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ପ୍ରକାରେ ମହିଳା ଜଣକ ନିଜ ସମ୍ପର୍କୀୟ ଲୋକଙ୍କ ପାଖକୁ ଫୋନ କରୁଥିବା ସମୟରେ ଭୁଲବଶତଃ ଅଭିଯୁକ୍ତଙ୍କ ନମ୍ବରକୁ ଲାଗି ଯାଇଥିଲା।ଅଭିଯୁକ୍ତ ଜଣକ ଏଚଡିଏଫସି ଫାଇନାନ୍ସ ମ୍ଯାନେଜର ଥିବା ନେଇ ମହିଳା ଙ୍କୁ ପରିଚୟ ଦେଇଥିଲେ।ମହିଳାଙ୍କ ଟଙ୍କାର ଆବଶ୍ୟକତା ଥିବାରୁ ସେ ଏକ ଲୋନ କରାଇ ଦେବାକୁ ତାଙ୍କୁ ଅନୁରୋଧ କରିଥିଲେ।ଅଭିଯୁକ୍ତ ଅଜିତ ମହିଳାଙ୍କୁ ଲୋନ୍ ଆବେଦନ ପାଇଁ ତାଙ୍କ ନାମରେ ଥିବା କାଗଜପତ୍ର ଧରି ବ୍ରହ୍ମପୁର ଆସିବାକୁ କହିଥିଲେ।ମହିଳା ଜଣକ ଆଧାର କାର୍ଡ, ବ୍ଯାଙ୍କ ଖାତା, ପାନକାର୍ଡ ଆଦି ନେଇ ଦେଖାଇବା ପରେ ତାଙ୍କ ନାମରେ ଲୋନ୍ ହୋଇପାରିବ ନାହିଁ ବୋଲି ଅଭିଯୁକ୍ତ କହିଥିଲେ।କିନ୍ତୁ କୌଶଳକ୍ରମେ ଦେଢଲକ୍ଷ ଟଙ୍କାର ଲୋନ୍ କରାଇ ମାତ୍ର ୫ ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପଠାଇଥିଲେ।ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମା’ଙ୍କ ଦେହ ଖରାପ ଥିବା କହି ମହିଳାଙ୍କ ଠାରୁ ଦୁଇଟି କିସ୍ତିରେ ୮ ଲକ୍ଷ ଟଙ୍କା ମାଗି ନେଇ ଆଉ ଫେରାଇନଥିବା ବେଳେ ଟଙ୍କା ମାଗିଲେ ହତ୍ୟା ଧମକ ଦେଇଥିବା ଏତଲାରୁ ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ