ବେତନଟୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ

ବେତନଟୀ(ଓ୍ବାଇଏନଏସ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ମହାବିଦ୍ୟାଳୟରେ ସେପ୍ଟେମ୍ବର ୧୩ ତାରିଖରେ ଯୁବ ରେଡ୍ କ୍ରସର ଆନୁକୂଲ୍ୟରେ ୪୯ ନଂ ଶ୍ରେଣୀ ପ୍ରକୋଷ୍ଠରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ମନସ୍ତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ୟା କଳ୍ପଲତା ବେହେରା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଯୁବ ରେଡ କ୍ରସ୍ କାଉନସେଲର୍ ରାଜନ କୁମାର ମିଶ୍ର ଏବଂ ମନୀଷା ରାଣୀ ଅଗ୍ରୱାଲ। ଏହି ସଭାର ମୁଖ୍ୟ ବକ୍ତା ଭାବରେ ପ୍ରାଣୀ ବିଜ୍ଞାନର ବିଭାଗୀୟ ମୁଖ୍ୟା ସୋନାଲି ହେମ୍ବ୍ରମ ଯୋଗଦାନ କରିଥିଲେ। ସେ ପ୍ରାକ୍ତନ ଯୁବ ରେଡକ୍ରସର ତାଲିମପ୍ରାପ୍ତ ପ୍ରଶିକ୍ଷିକା ଭାବରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି । ସେ ଆଜିର ସଭାରେ ବିପର୍ଯ୍ୟୟ ଜନିତ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସହ ରକ୍ତସ୍ରାବ, ଫ୍ରାକ୍ଚର ଏବଂ ସର୍ପ ଦଂଶନ ଜନିତ ଆପତ୍କାଳୀନ ସ୍ଥିତି ଉପୁଜିଲେ କେଉଁ କୌଶଳ ଅବଲମ୍ବନ କରିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ଅଭିଜିତ ମହାନ୍ତି , ଡକ୍ଟର ଅଭିଷେକ ମହାନ୍ତ, ଭାନୁପ୍ରିୟା ମାଝୀ ଏବଂ ରସାୟନ ବିଜ୍ଞାନର ବିଭାଗୀୟ ମୁଖ୍ୟ ସଞ୍ଜୟ ମହାପାତ୍ର ମଧ୍ୟ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୫ ଜଣ ଛାତ୍ର ଏବଂ ସ୍ବେଛାସେବୀଗଣ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଯୁବ ରେଡ କ୍ରସ୍ କାଉନସେଲର୍ ରାଜନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ