ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ର ଆଲୋଚନା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ର ବହୁ ଚର୍ଚ୍ଚିତ ୨୦୦୧ ମସିହାର ହାତୀ ଆନ୍ଦୋଳନ ରେ ସାମିଲ ତଥା ପୋଲିସ ଗୁଲିର ଶିକାର ହୋଇଥିବା ଆନ୍ଦୋଳନକାରୀ ଏବଂ ବୁଦ୍ଧିଜୀବୀ ଙ୍କୁ ନେଇ ଗଠିତ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ପକ୍ଷରୁ କେନ୍ଦୁଝର ସହରର ରୋଟାରି କ୍ଲବ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ର ବରିଷ୍ଠ ସଦସ୍ୟ ରାଧାକାନ୍ତ ମହାନ୍ତ ଙ୍କ ନେତୃତ୍ୱ ରେ କୁମୁଦିନୀ ସାହୁ, ସଞ୍ଜୟ କୁମାର ପଣ୍ଡା,କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ହୋଇ ବନ୍ୟଜନ୍ତୁ ପ୍ରପୀଡ଼ିତଙ୍କ ସୁରକ୍ଷା ପାଇଁ ଏବଂ ଶସ୍ୟ ର କ୍ଷତିପୂରଣ ବୃଦ୍ଧି ପାଇଁ ଦାବୀ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ର ଦାୟିତ୍ୱ ନେବାପାରେ ହାତୀ ଆକ୍ରମଣ ରେ ମଣିଷର ମୃତ୍ୟୁ ହେଲେ ପରିବାରକୁ ୬ଲକ୍ଷ କ୍ଷତିପୂରଣ ବଦଳରେ ୧୦ଲକ୍ଷ ଟଙ୍କା କୁ ବୃଦ୍ଧି କରିଥିବାରୁ ଉପସ୍ଥିତ ସମବେତ ବୁଦ୍ଧିଜୀବୀ ଏବଂ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ର କର୍ମକର୍ତ୍ତା ମାନେ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଆଗାମି ଦିନରେ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ ଉପସ୍ଥିତ ବୁଦ୍ଧିଜୀବୀ। ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ର ବରିଷ୍ଠ ସଦସ୍ୟ ବେଣୁଧର ମହାନ୍ତ ଶୋଭା ପରିଚାଳନା କରିଥିବାବେଳେ ପରିବେଶ ବିତ ଭକ୍ତବତ୍ସଳ ମହାନ୍ତି, ଦେବରାଜ ଆଚାର୍ଯ୍ୟ, ସଂଗ୍ରାମ ଦାସ, ଦିଲ୍ଲୀପ କୁମାର ସାହୁ, ବଳଭଦ୍ର ମହାନ୍ତ, ଭୈରବ ମହାନ୍ତ,ସତ୍ୟଜିତ ମିଶ୍ର,ଯଜ୍ଞପ୍ରସାଦ ସାହୁ ପ୍ରମୁଖ ନିଜନିଜର ମତାମତ ଏବଂ ପ୍ରସ୍ତାବ ରଖିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ