ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା: ବିଭିନ୍ନ ବାତ୍ୟା ଆଶ୍ରୟ ବୁଲି ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

ଛତ୍ରପୁର,(ଓ୍ବାଇଏନଏସ)  ଲଗାଣ ବର୍ଷା ଲାଗି ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି l ଏହାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ସମସ୍ତ ଲାଇନ ବିଭାଗ କୁ ସଜାଗ ରହିବା ପାଇଁ କୁହାଯାଇଛି l  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଶନିବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ ଅଙ୍ଗନ ବାଡ଼ି କେନ୍ଦ୍ର ଗୁଡିକୁ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ  ଛୁଟି ଘୋଷଣା କରିଛନ୍ତି  l ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି |  ଆବଶ୍ୟକ ହେଲେ ସେଗୁଡିକୁ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଏନେଇ ଶୁକ୍ରବାର ରାତ୍ରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଛତ୍ରପୁର ବ୍ଲକ ଅନ୍ତର୍ଗତ ଉପୁଲାପୁଟି, ଆର୍ଯ୍ୟପଲ୍ଲୀ ସମେତ ଗୋପାଳପୁର ରେ  ବିଭିନ୍ନ କୋଷ୍ଟାଲ ଅଞ୍ଚଳ ଗୁଡିକରେ ଥିବା  ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି  ସ୍ଥିତି ଯାଞ୍ଚ କରିଛନ୍ତି l ମତ୍ସଯିବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି l କୌଣସି ସରକାରୀ ଅଧିକାରୀ ବିନା ଅନୁମତିରେ ହେଡ଼ କ୍ୱାର୍ଟର ଛାଡି ଯାଇପାରିବେନି ବୋଲି ନିର୍ଦେଶ ଦିଆଯାଇଛି l ଜିଲ୍ଲାରେ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଜରୁରୀ କାଳୀନ ନମ୍ବର ଜାରୀ କରାଯାଇଛି | ଜରୁରୀ ହେଲେ ଲୋକେ ସେହି ନମ୍ବର ରେ କଲ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି l ଜିଲ୍ଲା ପ୍ରଶାସନ ସମ୍ପୂର୍ଣ  ପ୍ରସ୍ତୁତ ହୋଇ ରହିଛି l ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜରୁରୀକାଳୀନ ବ୍ୟବସ୍ଥାର କିପରି ବ୍ୟବସ୍ଥା ହୋଇଛି ତାହା ଜିଲ୍ଲାପାଳ ନିରୀକ୍ଷଣ କରିଥିଲେ। ଜିଲ୍ଲାପାଳ ଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ,ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ