କଲ୍ୟାଣସିଂହପୁର ମହାଆଡମ୍ବରରେ ଦୁର୍ଗାପୂଜା ଆରମ୍ଭ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): କଲ୍ୟାଣସିଂହପୁର ସଦର ଠାରେ ପୀଠ ଓ ମଣ୍ଡପରେ ଜଗତଜନନୀ “ମା ଦୁର୍ଗାଙ୍କ” ଶାରଦୀୟ ପୂଜାନୀତି ଆରମ୍ଭ ହୋଇଛି । ସର୍ବ ପୁରାତନ ପୀଠରେ ନଭମୀ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପରେ ଆଜି ମହାଷ୍ଟମୀ ପୂଜା ଆରମ୍ଭ ହୋଇ ଯାଇଛି।ପୂର୍ବରୁ ପାଣି ତୋଳା କାର୍ଯ୍ୟ ସମ୍ପର୍ଣ୍ଣ ପରେସନ୍ଧ୍ୟା ରେ ମା ଙ୍କ ବେଲ ବରଣୀ କରାଯାଇଥିଲା। ସପ୍ତମୀରେ ପ୍ରତ୍ୟୁଷରୁ ଚକ୍ଷୁଦାନ ,ପ୍ରାଣପ୍ରତିଷ୍ଠା ହେବାପରେ ପଞ୍ଚକର୍ମ ପରେ ପର୍ଯ୍ୟାୟକ୍ରମେ ସୂର୍ଯ୍ୟପୂଜା ମା ଙ୍କ ଉପାସନା , ଷୋଡ଼ଶ ଉପଚାରରେ ସପ୍ତମୀ, ପୂଜାନୀତି ଆରମ୍ଭ ହୋଇଛି । ପ୍ରିୟଦୃଶନୀ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ଏକମାତ୍ର ଦୁର୍ଗାପୂଜା ମହା ଆଡମ୍ବରପୁର୍ଣ ଭାବେ ୩୬ ତମ ପୂଜା ସଫଳତା ସହ ପାଳନ ହେଉଥିଲାବେଳେ ଏଠାରେ ମା ଙ୍କ ଦର୍ଶନ ରେ ପ୍ରବଳଭିଡ଼ ପରିଲକ୍ଷିତ ହୋଇଛି ।ଚଳିତବର୍ଷ ମୁଖ୍ୟ ଆକର୍ଷଣ ଭାବେ ଚସୁନ୍ଦର ମେଢ଼ରେ ପୂଜାମଣ୍ଡପ ଝଲସି ଉଠିଛି । ସମସ୍ତ ପୂଜାକାର୍ଯ୍ୟ ରୀତି ନୀତିରେ ସମସ୍ତ ସଦସ୍ୟ ସହଯୋଗ କରି ଦାୟିତ୍ବ ତୁଲାଉଛନ୍ତି।ଏଥିରେ ସୁନୀଲ ପରିଛା, ବୁନା ପାଢ଼ୀ, ଏ. ଚାନ୍ଦୁ କୁମାର,
ଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ରହି ମା’ ଙ୍କ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।ସେହିପରି ସର୍ବ ପୁରାତନ ପୀଠରେ ଷଷ୍ଠୀ ଠାରୁ ହୋମ ଯଜ୍ଞ ଚଣ୍ଡୀ ପାଠ ସୂର୍ଯ୍ୟ ପୂଜା, ନବରାତ୍ରି ପୂଜା ପାଠ, ଆଡ଼ମ୍ବର ସହ ଆରମ୍ଭ ହୋଇଯାଇଛି। ମାଆଙ୍କୁ ଦେଖିବା ପାଇଁ ପୀଠ ଓ ମଣ୍ଡପରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।