ଟେଲିଫୋନ ଏକ୍ସଚେଞ୍ଜ କାଳୀପୂଜା କମିଟିର ପ୍ରସ୍ତୁତି ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଦୀର୍ଘ ୫୬ବର୍ଷ ଧରି ଅନୁଷ୍ଠିତ ହେଉଥିବା କେନ୍ଦୁଝର ସହରର ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖରେ ଅନୁଷ୍ଠିତ ହେଉଥିବା କାଳୀପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ କମିଟି ପରିସରରେ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବି ଜ୍ଞାନେନ୍ଦ୍ର ଜେନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକକୁ କମିଟିର ସଂଗଠକ ସମ୍ପାଦକ ଜୟକୃଷ୍ଣ ପଣ୍ଡା ପରିଚାଳନା କରି ଆଗାମୀ ମାଆଙ୍କର ପୂଜା କିଭଳି ସରସ ସୁନ୍ଦର ଓ ଶୃଙ୍ଖଳିତ ହୋଇ ପାରିବ ତାଉପରେ ବିଶେଷ ଗୁରୁତ୍ୱ ଦେବାକୁ କମିଟିର ସମସ୍ତ ସଭ୍ୟ ମାନଙ୍କ ସହଯୋଗ କାମନା କରିଥିଲେ।ପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ କୁ ଆସିବେ ବୋଲି ସୂଚନା ଦେବା ସହ କମିଟିର ବରିଷ୍ଟ ସଭ୍ୟ ବିଲି ପଣ୍ଡା ଓ ମନୋଜ ବାରିକ ଙ୍କୁଏହା ଉପରେ ଦାୟିତ୍ୱ ଦେଇ ଥିବାବେଳେ ଏହି ପ୍ରସ୍ତାବକୁ ସଭ୍ୟ ମାନେ ସ୍ୱାଗତ କରିଥିଲେ। ଏତଦ ଭିର୍ଣ୍ଣ ଆକର୍ଷଣୀୟ କରିବା ପାଇଁକମିଟିର ବହୁ ବରିଷ୍ଠ ସଦସ୍ୟ, ନିମନ୍ତ୍ରିତ ବ୍ୟକ୍ତିବିଶେଷ ନିଜର ମତ ରଖିଥିଲେ। ପ୍ରାରମ୍ଭରେ କମିଟିର ସମ୍ପାଦକ ପ୍ରମୋଦ କୁମାର ନନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା।ପୂଜାର ପ୍ରାଣ ପ୍ରତିଷ୍ଠାତା ନେତ୍ରାନନ୍ଦ ନାଏକ,ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ସଦସ୍ୟ ଶିବଶଙ୍କର ସାହୁ ବରିଷ୍ଠ ଆଇନଜୀବି ଆଶିଷ ଚକ୍ରବର୍ତ୍ତୀ, ସୁରେଶ ରାଉତ, ସତ୍ୟନାରାୟଣ ସାହୁ,ଦିଲ୍ଲୀପ ପଣ୍ଡା, ମନୋଜ ବାରିକ, ପ୍ରତାପ ପାତ୍ର, ନାରାୟଣ ନାଏକ,ତପନ ଘୋଷ, ଶଙ୍କର୍ଷଣ ବେହେରା,ଦେବାଶିଷ ମିଶ୍ର, ଲିଟୁ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଏହା ସହିତ ଯୁବ ସଦସ୍ୟମାନଙ୍କ ଦ୍ୱାରା ଅନେକ ଅଭିନଵ ପ୍ରସ୍ତାବ ଗୃହୀତ ହୋଇଥିଲା।


