ରାମଚଣ୍ଡୀ ଠାରେ ବିଜେପି ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ରାମଚଣ୍ଡୀ ଠାରେ ବିଜେପି ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ସସ୍ମିତା ଓଝାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ନିକୁଞ୍ଜ ଓଝା, ପ୍ୟାରୀ ମୋହନ ମଲ୍ଲିକ, ତୃପ୍ତିମୟୀ ଜେନା ପ୍ରମୁଖ ଯୋଗଦେଇ ମନ୍ଦିର ପରିସର କୁ ସଫା ସୁତୁରା କରିବା ସହିତ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ।