ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣୀ
ବୁଗୁଡା, : ବୁଗୁଡା ବ୍ଲକ ସ୍ତରୀୟ ମିଳିତ ଜନଶୁଣାଣୀ ଅକ୍ଟୋବର ୦୬ ତାରିଖ ଦିନ ବଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବୁଗୁଡା ଏବିଡ଼ିଓ ଧର୍ମରାଜ ପରିଡା, ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡା, ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ବିଇଓ ଚିନ୍ମୟ ମହାପାତ୍ର ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ମୋଟ ୧୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ୮ ଟି ବ୍ୟକ୍ତିଗତ ଅଭିଯୋଗ ଓ ୪ ଟି ସାମୁହିକ ଅଭିଯୋଗ ଅଟେ। କାର୍ଯ୍ୟାଳୟରେ ୮ ଟି ଅଭିଯୋଗ ଶୁଣାଣି କରି ସମାଧାନ ହୋଇପାରିଥିଲା। ବ୍ଲକ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।