ଅବସର ନେଲା ମିଗ୍‌-୨୭

ନୂଆଦିଲ୍ଲୀ: ପାକିସ୍ତାନ ସହିତ ହୋଇଥିବା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରି ‘ହିରୋ’ ଆଖ୍ୟା ପାଇଥିବା ଲଢ଼ୁଆ ଯୁଦ୍ଧ ବିମାନ ମିଗ୍‌-୨୭ ଭାରତୀୟ ବାୟୁସେନାରୁ ଅବସର ନେଇଛି। ଏଥିପାଇଁ ଶୁକ୍ରବାର ବାୟୁସେନା ପକ୍ଷରୁ ଯୋଧପୁରସ୍ଥିତ ବିମାନ ଘାଟିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ୭ଟି ମିଗ୍‌-୨୭ ଯୁଦ୍ଧ ବିମାନ ଶେଷ ଥର ପାଇଁ ଉଡ଼ାଣ ଭରି ବାୟୁସେନାରୁ ବିଦାୟ ନେଇଥିଲେ। ଏହି ଅବସରରେ ବାୟୁସେନାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଯବାନ ଉପସ୍ଥିତ ରହି ବିମାନଗୁଡ଼ିକୁ ସାଲ୍ୟୁଟ୍‌ କରିଥିଲେ। ମିଗ୍‌-୨୭ ଯୁଦ୍ଧ ବିମାନ ପ୍ରାୟ ୪୦ ବର୍ଷ ଧରି ବାୟୁସେନାରେ ସେବା ଯୋଗାଇ ଆସୁଥିଲା। ୭ଟି ମିଗ୍‌-୨୭ ବିମାନକୁ ନେଇ ବାୟୁସେନାର ଏକ ସ୍କ୍ବାଡରନ ରହିଥିଲା। ବର୍ତ୍ତମାନ ଏହି ଯୁଦ୍ଧ ବିମାନର ସ୍ଥାନ ନେଇଛି ମିଗ୍‌-୨୧ ଲଢୁଆ ଯୁଦ୍ଧ ବିମାନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ