ଏକର ଏକର ଚାଷ ଜମିରେ ମାଡି ଗଲାଣି ପୋକ: ଚିନ୍ତାରେ ଚାଷୀ

ନାଉଗାଁ,: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବାଂଶ ଓ ଶିଖର ପଂଚାୟତର ଧାନ ଚାଷ କରାଯାଇଥିବା ଚାଷ ଜମିରେ ପୋକ ଲାଗିଥିବାର ଦେଖିବାକୁ ମିଳିଛି। ଯାହା ପାଇଁ ଚାଷୀ ଚିନ୍ତାରେ ପଡିଯାଇଛି। ଧାନ ଥୋଡ ବାହାରିବା ପୂର୍ବରୁ ଉକ୍ତ ପୋକ ଧାନ ଗଛକୁ ନଷ୍ଟ କରି ଦେଉଛନ୍ତି। ପୋକ ଲାଗିବା ଦ୍ୱାରା ଧାନ ଗଛର ପତ୍ର ସବୁ ପୋଡି ଯାଉଥିବା ବେଳେ ଧାନ ଗଛ ଗୁଡିକ ପାଚି ଯାଉଛି। ଚାଷୀମାନେ ଧାର କରଜ କରି ଧାନ ଚାଷ କରିଥିବା ବେଳେ ଚଢାଦରରେ ସାର ଆଦି କ୍ରୟ କରି ପକାଇ ସାରିଛନ୍ତି। ଗୋଟିଏ ଚାଷ ଜମିରୁ ଉକ୍ତ ପୋକ ଅନ୍ୟ ଚାଷ ଜମିକୁ ଯାଇ ଧାନ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି। ଯଦି ଉକ୍ତ ପୋକକୁ ଦମନ କରା ନ ଯାଏ ତେବେ ଧାନ ଥୋଡ ବାହାରିବା ତ ଦୂରର କଥା ଧାନ ଗଛ ସବୁ ଜଳି ଯିବାର ଆଶଙ୍କା କରାଯାଉଛି। ଗୋଟିଏ କିମ୍ବା ୨ଟି ଜମି ନୁହେଁ ଏହି ପୋକ ପଂଚାୟତର ଏକର ଏକର ଚାଷ ଜମିକୁ ନଷ୍ଟ କରି ଦେଇଛନ୍ତି। ପୋକ ଦାଉରୁ ଚାଷ ଜମିକୁ ରକ୍ଷା କରିବା ପାଇଁ କୃଷି ବିଭାଗ ପକ୍ଷରୁ ଚାଷ ଜମିକୁ ଅନୁଧ୍ୟାନ କରାଯାଇ ଚାଷୀକୁ ଉପଯୁକ୍ତ ପରାମର୍ଶ ସହିତ କୀଟନାଶକ ଯୋଗାଇ ଦେବାକୁ ଶିଖର ପଂଚାୟତର ଚାଷୀ ପ୍ରସନ୍ନ ସ୍ୱାଇଁ, ମାନସ ବେହୁରା, ଲିପୁବନ୍ଧୁ ପରିଡା, ଶୁଭ୍ରାନ୍ତ ବାରିକ, ପ୍ରଶାନ୍ତ ବିଶ୍ୱାଳ, ଧନେଶ୍ୱର ସ୍ୱାଇଁ, କୁମରବର ସ୍ୱାଇଁ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ