ବେଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ଆସିକା (ୱାଇଏନ୍‍ଏସ୍‍) : ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ବେଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ଆନୁକୂଲ୍ୟରେ ଏକ ପୋଷାକ ବିତରଣ ମେଳା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ବାଡତ୍ୟା ଓ ସହକାରୀ ଶିକ୍ଷୟିତ୍ରୀ ମମତା ସେଠୀ ପ୍ରମୁଖ ଯୋଗଦେଇ ବାଲ୍‍ବାଟିକାରୁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୪୨ ଜଣ ବିଦ୍ୟାର୍ଥୀଙ୍କୁ ମାଗଣା ପୋଷାକ ବଣ୍ଟନ କରିବା ସାଙ୍ଗକୁ ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ କରି ବିଦ୍ୟାର୍ଥୀମାନେ ସମୟର ସଦ୍‌ବିନିଯୋଗ କରି ସୁନାଗରିକ ହେବାକୁ ଆହ୍ୱାନ କରି ଛାତ୍ରଛାତ୍ରୀମାନେ ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ । ଏହି ମାଗଣା ପୋଷାକ ବିତରଣ ମେଳାରେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ