ବରିଷ୍ଠ ନାଗରିକ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ବରିଷ୍ଠ ନାଗରିକ ଦିବସ ଅବସରରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ବିଡ଼ିଓ ଅନାମିକା ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହର ତଥା ଆଖପାଖ ଗ୍ରାମାଞ୍ଚଳର ବହୁ ସଂଖ୍ୟକ ବରିଷ୍ଠ ନାଗରିକ,ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ  ଗତ ୩ ଦିନ ଧରି ଭିନ୍ନକ୍ଷମ  ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ଙ୍କ ମଧ୍ୟରେ  କ୍ରୀଡା , ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।   କାର୍ଯ୍ୟକ୍ରମ ଶୁଭାରମ୍ଭ ରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ ସଂଯୋଜନା କରିଥିଲେ । ଉଦଯାପନୀ ସମାରୋହରେ ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ଅତିରିକ୍ତ ବିଡିଓ ଉମେଶ ସେଠୀ , ବ୍ରହ୍ମପୁର ସାଂସଦ ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ , ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ  ସଂଘ ସଭାପତି ଡ଼. ଯୁଧିଷ୍ଠିର ସ୍ବାଇଁ , ସମ୍ପାଦକ କେ . ନାଗେଶ୍ଵର ରାଓ , ସରପଞ୍ଚ ଲିଙ୍ଗରାଜ ଦୋରା ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ । ସଭା ଶେଷରେ ୩୫ ଜଣ ବରିଷ୍ଠ ନାଗରିକ ଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କ ମନୋବଳ ଦୃଢ଼ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମନରେ ଉତ୍ସାହ ଉଦ୍ଦୀପନା ବୃଦ୍ଧି ପାଇଁ କ୍ରୀଡା , ନୃତ୍ୟ ଗୀତ  ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ୫୫ ଜଣ ଭିନ୍ନକ୍ଷମ   ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ସହାୟକ ପ୍ରେମାନନ୍ଦ ପାଣିଗ୍ରାହୀ ,  ସାଗର ରାଉଳ ,  ଅକ୍ଷୟ କୁମାର ପ୍ରଧାନ , ସମସ୍ତ ସିଆରସିସି ବୃନ୍ଦ , ପଞ୍ଚାୟତ ନିର୍ବାହୀ ଅଧିକାରୀ ବୃନ୍ଦ  ଉପସ୍ଥିତ ରହି ସମସ୍ତ କାର୍ଯକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ