କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଆରଡ଼ି ( ଆଲୋକ ଚନ୍ଦ୍ର ନାୟକ ) : ସୁରଭି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କର ପ୍ରତିଭାର ପରିସ୍ଫୁଟ ହୁଏ । ଏହି କାର୍ଯ୍ୟକ୍ରମ ପ୍ରତିଯୋଗୀ ମାନଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ବୋଲି ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ସ୍ଥିତ ମଠଡିହ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅତିଥିମାନେ ମତ ପୋଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସଭାରେ କ୍ଲଷ୍ଟର ସିଆରସିସି ଦୀଲ୍ଲିପ ଶେଖର ନାୟକ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ଯ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ପଞ୍ଚସଖା ଶିକ୍ଷାସେତୁ ସଭାପତି ଦୀପ୍ତି ରଞ୍ଜନ ନାୟକ, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ବିଶ୍ବାଳ, ସଭ୍ୟ ଦୀପକ ରଞ୍ଜନ ବିଶ୍ବାଳ, ସୁନ୍ଦରପୁର ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସ, ବୋଡକ ଉନ୍ନୀତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ନାୟକ, ସାଠିବାଙ୍କୁଡା ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ ପଣ୍ଡା, ସୁନ୍ଦରପୁର ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମୋଟ ୧୭ଟି ଇଭେଣ୍ଟରେ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା । ସମସ୍ତ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରୀୟ ସୁରଭିକୁ ଉନ୍ନୀତ କରାଯାଇଥିଲା । ଶିକ୍ଷକ ଦୀପ୍ତି ରଞ୍ଜନ ଖିଲାର, ମନୋଜ ପଲାଇ, ଉଦୟକର ଜେନା, ପ୍ରଦୀପ୍ତ ପଣ୍ଡା, ବିଜୟ ଦେହୁରୀ, ସୁଶାନ୍ତ ବିଶ୍ବାଳ, ଶିକ୍ଷୟିତ୍ରୀ ମିନତି ରାଣୀ ପୁହାଣ, ପ୍ରଜ୍ଞା ପରିମିତା ପଣ୍ଡା, ମିନତି ଲତା ପାକଳ, ପ୍ରଜ୍ଞା ପ୍ରାରମ୍ଭିକା ନାୟକ ପ୍ରମୁଖ ବିଚାରକ ଦାୟିତ୍ବରେ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସୁରଭି କାର୍ଯ୍ୟକ୍ରମରେ ସହାୟତା ଯୋଗାଇ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ