ତରବରିଆ ଭାବେ ଧାନକୁ କାଟି ନେଉଛନ୍ତି : ବର୍ଷା, ପବନ ନେଇଯିବ ପାଚିଲା ଧାନ
କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ଆସୁଛି ବାତ୍ୟା “ମୋନ୍ଥା “।ଏଥିପାଇଁ ଏବେ ଚିନ୍ତାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଚାଷୀକୁଳ। ଗତ କିଛି ବର୍ଷ ହେଲା ଅକ୍ଟୋବର ମାସରେ ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଛନ୍ତି ଉପକୂଳବର୍ତ୍ତୀ ଅସ୍ତରଙ୍ଗ ବ୍ଲକ ଅଞ୍ଚଳବାସୀ। ଏଥିରେ ବହୁ ଧନଜୀବନ କ୍ଷତି ହେବା ସହ ଫସଲ କ୍ଷତି ସହିଛନ୍ତି କୃଷକ। ବିଶେଷ କରି ଅକ୍ଟୋବର ମାସରେ ଧାନ ଫସଲ ପାଚିବା ସହ ଅମଳ ସମୟ ଆସିଯାଇଥାଏ। ବର୍ଷକର ଝାଳବୁହା ପରିଶ୍ରମର ଫଳ ସୁରୂପ ସୁନାର ଫସଲ କୁ ଅମଳ କରି ସାଇତି ରଖିଥାନ୍ତି ଚାଷୀ। ହେଲେ କିଛି ବର୍ଷ ହେଲା ଅକ୍ଟୋବର ମାସର ବାତ୍ୟା ଯୋଗୁଁ ଫସଲ କ୍ଷତି ସହି ଚାଷୀ ଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଚଳିତ ବର୍ଷ ମଧ୍ୟ ଧାନ ଫସଲ କିଛି ସ୍ଥାନରେ ପାଚିଥିବା ବେଳେ ଅନେକ ଜମିରେ ଫୁଲ ଧରିଲାଣି। ଏଭଳି କ୍ଷେତ୍ରରେ ବାତ୍ୟା ଆଶଙ୍କା ଓ ତାହା ଯୋଗୁଁ ଧାନ ଫସଲ ଉଜୁଡିଯିବା ଚିନ୍ତାରେ ଚାଷୀଙ୍କ ନିଦ ହଜିଗଲାଣି। ପଡୋଶୀ ଆନ୍ଦ୍ରପ୍ରଦେଶର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସୂଚନା ମିଳିବା ସହ ଏହାର ପ୍ରଭାବ ରେ ପୁରୀ ଜିଲ୍ଲା ରେ ବର୍ଷା ପ୍ରଭାବ ଥିବାରୁ କ୍ଷତି ଆଶଙ୍କାରେ ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି ଚାଷୀ।ପୁରୀ ଜିଲ୍ଲା ଅସ୍ତରଙ୍ଗ ମସ୍ଚ୍ୟବିଭାଗ ପକ୍ଷରୁ ନୂଆଗଡ, ଡାଳୁଅକଣି, ସହନ, ସୁଦିକେଶର, ପାଟସୁନ୍ଦରପୁର, ଅସନ, ନଗର, କାଳିଆକଣ ସମେତ ବିଭିନ୍ନ ସ୍ଥାନରେ ମସ୍ଚ୍ୟଜୀବି ମାନଙ୍କୁ ସଜାଗ ରହିବାକୁ କୁହାଯିବା ସହ ଜାଲ, ଡ଼ଙ୍ଗା କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ମସ୍ଚ୍ୟବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ ଗ୍ରାମରେ ଚାଷୀ ବର୍ଷା ଓ ପବନ ଭୟରେ ପାଚିଲା ଧାନ କୁ ତରବରିଆ ଭାବେ କାଟି ନେଉଛନ୍ତି। ବର୍ତମାନ ବିଲରେ ଧାନ ଫଳିଛି। ବର୍ଷା ଓ ପବନ ହେଲେ ଧାନ ସବୁ ଭୂଇଁରେ ଲେଉଟିବା ଆଶଙ୍କା ରହିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ୬ହଜାର ହେକ୍ଟର ରୁ ଉର୍ଦ୍ଧ ଜମିରେ ଧାନ ଚାଷ ହୋଇଛି। ଧାନ କେଣ୍ଡା ଧରିବା ଆରମ୍ଭ ହେଲାଣି। ଯଦି ଲଘୁଚାପ ଜନିତ ବର୍ଷା ହୁଏ ତେବେ ଅନେକ କ୍ଷତି ହେବ। ଧାନ ପାଣିରେ ପଡିଲେ କିମ୍ବା ପଟୁ ମାଡିଗଲେ ବିଶେଷ କ୍ଷତି ହେବ। ଅନ୍ୟ ପଟେ ୩୦ତାରିଖ ପର୍ଯ୍ୟନ୍ତ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବ ସେଥିପାଇଁ ସମୁଦ୍ର ଯିବାକୁ ବାରଣ କରିବା ସହ ସୁରକ୍ଷିତ ସ୍ଥାନକୁ ଜାଲ, ଡ଼ଙ୍ଗା ଆଣିବାକୁ ସଚେତନ କରିଛନ୍ତି ମସ୍ଚ୍ୟବିଭାଗ।


