ପାରଳାରେ ବାତ୍ୟା ସମୟରେ ସହାୟତାର ହାତ ବଢ଼ାଇଲେ ଗାୟତ୍ରୀ ପରିବାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ମନ୍ଥା ବାତ୍ୟାକୁ ନେଇ ଚାରିଆଡେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ସହର ତଳି ଅଞ୍ଚଳ ତଥା ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କ ମନରେ ଭବିଷ୍ୟତକୁ ନେଇ ଏକ ପ୍ରକାର ଚିନ୍ତା ଦେଖିବାକୁ ମିଳିଥିଲା। ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜି ସାହାଯ୍ୟର ହାଥ ବଢାଇବାକୁ ଆଗକୁ ଆସିଥିଲେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗଜପତି ଶାଖା, ପାରଳାଖେମୁଣ୍ଡିର ସମାଜସେବୀ ସନ୍ତୋଷ କୁମାର ଗନ୍ତାୟତ ଓ ଅନ୍ୟ ସ୍ବେଚ୍ଛାସେବୀ। ଏହି ଅବସରରେ ଗତ ଦୁଇ ଦିନ ଧରି ବାତ୍ୟା ସମୟରେ ବସଷ୍ଟାଣ୍ଡ, ପାହାଡ଼ ତଳି ଅଞ୍ଚଳ, ବିଭିନ୍ନ ବସ୍ତି ଆଦି ସ୍ଥାନରେ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ସେମାନଙ୍କ ଥଇଥାନର ସୁଚାରୁ ବ୍ୟବସ୍ଥା କରାଯାଇଥିଲା। ଏହି ସବୁ ସେବା କାର୍ଯ୍ୟକ୍ରମରେ ସହଯୋଗର ହାଥ ବଢାଇଥିଲେ ଜିଲ୍ଲା ନ୍ୟାୟାଳୟର କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଅଭିଷେକ ଗନ୍ତାୟତ, ସଞ୍ଜୟ ପାଢ଼ୀ ଓ ବିବେକାନନ୍ଦ ଯୁବା ମଣ୍ଡଳର ସହଯୋଗୀ ।


