ଗଜପତିରେ ୧୦କୋଟିର ଗଞ୍ଜେଇ ନଷ୍ଟ କଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାରେ ପୁଣି ୧୦କୋଟି ଟଙ୍କାର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଥିବା ସୁଚନା ମିଳିଛି । ଏହି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତର କୁଟିମେରା ଗ୍ରାମଠାରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ଚାଷକୁ ପୋଡି ନଷ୍ଟକରାଯାଇଛି । ସେଠାରେ ପ୍ରାୟ ୬୮ଏକର ଜମିରେ ୧ଲକ୍ଷ ୩୬ହଜାର ଗଞ୍ଜେଇ ଗଛ ଚାଷ କରାଯାଇଥିବାବେଳେ ସେଗୁଡିକୁ କାଟି ସମ୍ପୂର୍ଣ୍ଣ ପୋଡାଯାଇ ନଷ୍ଟ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ମୋହନା ଥାନାରେ ୨୨୬/୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇଥିବା ମୋହନା ଥାନା ଅଧିକାର ସୁଜିତ ନାୟକଙ୍କ ସୂତ୍ରରୁ ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ