କେନାଲ ମରାମତି ପାଇଁ ଗ୍ରାମବାସୀ ଙ୍କ ଦାବି
କେନ୍ଦୁଝର (ଓ୍ବାଇଏନଏସ): ସଂପ୍ରତି ସରକାର ଚାଷୀ ଓ ଚାଷ ର ଉନ୍ନତି କରଣ କରିବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ସରକାର କରୁଥିବା ଯୋଜନା ରେ ଚାଷୀ ମାନେ କେତେ ଉପକୃତ ହେଉଛନ୍ତି ସେ ସମ୍ପର୍କରେ ଦାୟିତ୍ଵ ରେ ରହିଥିବା ଅଧିକାରୀ ମାନେ ଠିକ ଭାବରେ ତଦାରଖ କରୁ ନଥିବାରୁ ସରକାର ଙ୍କ ଯୋଜନା ଚାଷୀ ମାନଙ୍କ କାତରେ ଠିକ ଭାବରେ ଲାଗି ପାରୁ ନ ଥିବା ଦେଖିବାକୁ ମିଳିଛି। ସରକାର ତରଫରୁ ଚାଷୀ ମାନଙ୍କ ପାଇଁ ପୂର୍ବରୁ କରିଥିବା ଯୋଜନା କୁ। ଉପଯୁକ୍ତ ରକ୍ଷଣାବେକ୍ଷଣ କରୁ ନାହାନ୍ତି ଯାହା ଫଳରେ ପୂର୍ବରୁ ହୋଇଥିବା ଯୋଜନା ଗୁଡିକ ରୁ ଚାଷୀ ମାନେ ଯେଉଁ ସୁବିଧା ପାଇବା କଥା ତାହା ପାଉନଥିବା ଅଭିଯୋଗ ହେଉଛି। ଝୁମ୍ପୁରା ବ୍ଲକ ବଡଡୁମୁରିଆ ଗ୍ରାମରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଏକ ବନ୍ଧ ନିର୍ମାଣ କରାଯାଇଛି। ଏହି ବନ୍ଧ ରେ ଗଚ୍ଛିତ ରହୁଥିବା ପାଣିକୁ ଗୋଟାଏ ପାର୍ଶ୍ବ ରେ କେନାଲ ନିର୍ମାଣ କରି ଚାଷ ଜମି କୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ବିଭାଗୀୟ ଅଧିକାରୀ ମାନେ । କିନ୍ତୁ ବର୍ତ୍ତମାନ ଏହି କେନାଲ ରେ ଅନା ବନା ଗଛ ଉଠି କେନାଲ ଟି ଅଧା ପୋତି ହୋଇଯାଇଥିବା ରୁ କେନାଲରେ ଠିକ ଭାବରେ ପାଣି ଯାତାୟତ କରି ପାରୁ ନାହିଁ। ଖରିଫ ଋତୁ ସରିବା ପରେ ଏବେ ଚାଷୀ ମାନେ ବିଲରୁ ଧାନ ଅମଳ କରିସାରିଲେଣି। ବର୍ତ୍ତମାନ ଚାଷୀ ମାନେ ଶୀତ ଋତୁ ରେ ଆଳୁ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ, ସୋରିଷ,ମୁଗ, ବାଇଗଣ, ବିଲାତି ବିମ ପରି ପନିପରିବା ଚାଷ କରିବା ପାଇଁ ଚାହିଁଲା ବେଳେ କେନାଲ ରେ ଠିକ ଭାବରେ ପାଣି ପ୍ରବାହିତ ହେଉନାହିଁ। କେନାଲ ଅନାବନା ଗଛ ଲଟାରେ ପୋତି ହୋଇ ଯାଇଥିବାରୁ ପାଣି ପ୍ରବାହିତ ହୋଇପାରୁ ନାହିଁ ଯାହା ଫଳରେ କେନାଲ ର ଉପର ମୁଣ୍ଡରେ ରହିଥିବା ଘାଇ ରେ ଅନବରତ ପାଣି ପ୍ରବାହିତ ହେଉଛି। କେନାଲ ର ପାଣି ଗହିର ଚାଷ ଜମି କୁ ଯାଉଥିବାରୁ ଗହିର ଜମିର ପାଚିଲା ଧାନ ପାଣିରେ ବୁଡି ରହୁଛି। କେନାଲ ରେ ଉଠି ଥିବା ଅନାବନା ଗଛ ଗୁଡ଼ିକୁ ସଫା କରି ପାଣି ଯାତାୟତ ର ସୁବିଧା କରିବା ପାଇଁ ବଡଡୁମୁରିଆ ଗ୍ରାମର ଚାଷୀ ମାନଙ୍କ ତରଫରୁ ଦାବି ହେଉଛି।


