ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଆଜି କଂଗ୍ରେସ ଦଳର ପ୍ରତିଷ୍ଠା ଦିବସକୁ ପାଳନ କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତି ମୁର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରତିଷ୍ଠା ଦିବସକୁ ଆରମ୍ଭ କରାଯାଇଥିଲା । ପରେ କାର୍ଯ୍ୟାଳୟରେ ଥିବା ସ୍ୱର୍ଗତ ଜବହାରଲାଲ ନେହେରୁ,ଇନ୍ଦୀରା ଗାନ୍ଧି,ରାଜୀବ ଗାନ୍ଧି ପ୍ରମୁଖଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଗଜପତି ଜିଲ୍ଲାର ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ଦଳର ବିଭିନ୍ନ ପ୍ରତିଷ୍ଠାତାଙ୍କ ତ୍ୟାଗ,ଆଦର୍ଶ ଉପରେ ଆଲୋକପାତ କରି ପ୍ରତ୍ୟେକ କଂଗ୍ରେସ କର୍ମୀ ଲୋକଙ୍କ ସେବା କରନ୍ତୁ ବୋଲି କହିଥିଲେ । ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା,ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ,ସୁର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଏଥିରେ ଉପସ୍ଥିତ ଥିଲେ ।


