ସରିଲା ଧର୍ମ ମାସ କାର୍ତ୍ତିକ: -ମାଛ, କଙ୍କଡା, ଚିଙ୍ଗୁଡ଼ି, ମଟନ ଚିକେନ ବାରିଲେ ସ୍ବାଦ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-କାର୍ତ୍ତିକ ମାସ ଯାକ ଧାର୍ମିକ ପାଲଟିଥିବା ପୂର୍ଣ୍ଣିମା ରେ ଡ଼ଙ୍ଗା ଭସାଇବା ପରେ ଆମିଷ ବଜାର ଭିଡ଼। ମାସ ତମାମ ମାଛ ମାଂସ ଠାରୁ ଦୂରେଇ ରହିଥିବା ଲୋକେ ଛାଡ଼ଖାଇ ପାଳିଛନ୍ତି। ଗୁରୁବାର ଛାଡ଼ଖାଇ ଥିବା ସତ୍ବେ ମାଣ ବସା ହେତୁ ଶୁକ୍ରବାର ଛାଡ଼ଖାଇ କରିଛନ୍ତି।ପାଟିରେ ବାଜିଲା ଆମିଷ, ଛାଡିଛି ଅରୁଚି। ମାସକ ସାରା ଶାକାହାରୀ ପରେ ପାଟିରେ ବାଜିଲା ଆମିଷ। ଘରେ ଘରେ ଜମିଲା ଆମିଷ। ମାଛ, ଚିଙ୍ଗୁଡ଼ି, କଙ୍କଡା, ଚିକେନ ଓ ମଟନ ସ୍ୱାଦ ବାରିଲେ । କାର୍ତ୍ତିକ ମାସ ପରେ ଛାଡ଼ଖାଇ ଗୁରୁବାର ତଥା ମାଣବସା ପଡିଥିବାରୁ ଆଜି ଶୁକ୍ରବାର ସକାଳୁ ସକାଳୁପୁରୀ ଜିଲ୍ଲା ଅସ୍ତରଙ୍ଗ ଆମିଷ ମାର୍କେଟ ଦେଖିବାକୁ ମିଳିଥିଲା ଭିଡ଼। ଚଢ଼ାଦର ସତ୍ବେ ବ୍ୟବସାୟୀ ଜମିଲା। ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ରେ ମଟନ କିଲୋ ପିଛା ୭ଶହ ରୁ ୮ଶହ, ଦେଶୀ କୁକୁଡ଼ା ୫ଶହ, ବ୍ରୟଲର ୨ଶହ, ଟାଇଗର ଚିଙ୍ଗୁଡ଼ି ୧୨ଶହ, ସାଧାରଣ ଚିଙ୍ଗୁଡ଼ି ୨ଶହ ରୁ ୫ଶହ, ଇଲିସି ୧୫ଶହ ରୁ ୨ହଜାର, କିଙ୍ଗ ଫିସ ୧ହଜାର ଟଙ୍କା, ଭେକ୍ଟି ମାଛ ୯ଶହ, ଚିଲିକା କଙ୍କଡା ୫ଶହ ରୁ ୭ଶହ, ରୋହି ୧୮୦ଟଙ୍କା, ଭାକୁର ୨ଶହ, ପାମ୍ପଲେଟ ୧ହଜାର ଟଙ୍କାରେ ବିକ୍ରି ହୋଇଛି।ସକାଳୁ ସକାଳୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆମିଷ ବଜାର ରେ ଜମିଥିଲା ଭିଡ଼। ଚଢାଦର ସତ୍ବେ ଆବଶ୍ୟକ ମୁତାବକ ଭିଡ଼। ଚାହିଦା କୁ ନଜର ରେ ରଖି ମାଛରେ ୨୦ଟଙ୍କା, ଚିକେନ ରେ ୨୦ରୁ ୩୦ଟଙ୍କା, ମଟନଦର ଗ୍ରାମାଞ୍ଚଳ ରେ ୫୦ଟଙ୍କା ବୃଦ୍ଧି ପାଇଛି। ଭିଡ଼ ପାଇଁ ଭଲ ବେପାର ହୋଇଥିବା ବ୍ୟବସାୟୀ ସତ୍ୟବ୍ରତ ଲେଙ୍କା କହିଥିବା ବେଳେ ବଜାର ମଧ୍ୟ ଗ୍ରାହକ ଙ୍କ ପାଇଁ ପ୍ରଚୁର ଆମିଷ ମହଜୁଦ ଥିବା ଦେଖିବାକୁ ମିଳିଥିଲା।


