କଟକରେ ଆଜବେଷ୍ଟସ ଘର ଉପରେ ଖସିପଡ଼ିଲା କୋଠା ବାଲକୋନୀ, ୪ ଆହତ

କଟକ, (ଓ୍ବାଇଏନଏସ): କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଛି। ଏକ ଆଜବେଷ୍ଟସ ଗର ଉପରେ କୋଠାର ବାଲକୋନୀ ଖସିପଡ଼ିବାରୁ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ କଟକ ଅଗ୍ନିଶମ ସେବା କର୍ମଚାରୀମାନେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ଏହି ଦୁର୍ଘଟଣା ଘଟିଛି। ମଣିସାହୁ ଛକରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ଠିକ ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ପଡ଼ିଥିଲା। ଫଳରେ ଆଜବେଷ୍ଟସ ଘରଟି ଭାଙ୍ଗିଯିବା ସହିତ ଘର ଭିତରେ ଥିବା ଲୋକମାନେ ଆହତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ