ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ଗୁରୁବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଛି।ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ବି. ତୁରୁବୁଡି ଗ୍ରାମର ଟୁନା ଚୌଧୁରୀ (୫୨) ବୋଲି ଜଣାପଡିଛି। ସରପଞ୍ଚ ବି.ଲିଙ୍ଗରାଜ ଦୋରା ଓ ଅନ୍ୟ ମାନଙ୍କ ସହାୟତାରେ ଗୁରୁତର ଟୁନା ଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଶରୀରର ବିଭିନ୍ନ ସ୍ଥାନରେ ଭୀଷଣ ଆଘାତ ଲାଗିଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବି. ତୁରୁବୁଡି ଗ୍ରାମର ପି. କ୍ରିଷ୍ଣା ରେଡ଼ି ଓ ତାଙ୍କର ସହଯୋଗୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।


