ସୂର୍ଯ୍ୟବଂଶୀର ନୂତନ ପୋଷ୍ଟର ରିଲିଜ୍‌

ମୁମ୍ବାଇ : ବଲିଉଡ୍‌ ବ୍ଲକ୍‌ବଷ୍ଟର ସିମ୍ବାର ରିଲିଜ୍‌କୁ ପୂରିଛି ଏକ ବର୍ଷ। ସିମ୍ବାର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିଜର ଅପ୍‌କମିଙ୍ଗ ପୋଲିସ୍‌ ଫିଲ୍ମ ସୂର୍ଯ୍ୟବଂଶୀର ଏକ ନୂତନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ପୋଷ୍ଟର ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ ଏଟିଏସ ମୁଖ୍ୟ ଭାବରେ ଅଭିନୟ କରିଥିବା ବେଳେ ଅଜୟ ଦେବଗନ ଏବଂ ରଣବୀର ସିଂ କ୍ୟାମିଓ ଭାବରେ ନଜର ଆସିବେ। କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଅଭିନେତ୍ରୀ ରହିଥିବା ବେଳେ ଟିପ୍‌ ଟିପ୍‌ ବର୍‌ଷା ପାନି ଗୀତରେ ଉଭୟ ନଜର ଆସିବାକୁ ଯାଉଛନ୍ତି। ସୂର୍ଯ୍ୟବଂଶୀ ଆସନ୍ତା ମାର୍ଚ୍ଚ ୨୭, ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ